ନୂଆଦିଲ୍ଲୀ: ଆଉ ବାଧିବନି ପେଟ୍ରୋଲ୍ ଖର୍ଚ୍ଚ । ଏଥର ମିଳିବ ପେଟ୍ରୋଲ କିଣାରୁ ମୁକ୍ତି । କାରଣ ଏଣିକି ପେଟ୍ରୋଲ ବାଇକ୍ ନୁହେଁ ଇ-ବାଇକ୍ ମଧ୍ୟ ଦେବ ଦମଦାର ମାଇଲେଜ । ତାହାପୁଣି ଖୁମ୍ କମ୍ ଦାମରେ । ମାତ୍ର ୮୦ ଟଙ୍କାରେ ୮୦୦ କିମି ଯାତ୍ରା କରିବ ଏହି ବାଇକ୍ ।
ହାଇଦ୍ରାବାଦ ସ୍ଥିତ ଇଭି ବ୍ରାଣ୍ଡ Gravton motors ଭାରତୀୟ ବଜାରକୁ ତାର Gravton Quanta ବାଇକକୁ ପ୍ରବେଶ କରାଇଛି । ଆଉ ଏହାକୁ ନେଇ କମ୍ପାନୀ ପକ୍ଷରୁ ବିବୃତି ମଧ୍ୟ ରଖାଯାଇଛି । କମ୍ପାନୀ କହିଛି, ଏହି ଇଲେକ୍ଟ୍ରିକ୍ ବାଇକ୍ ମାତ୍ର ୮୦ ଟଙ୍କାରେ ୮ଶହ କିମି ଯାଏଁ ଚାଲିପାରିବ । ଏହି ବାଇକରେ ସ୍ପେଶାଲ ବ୍ୟାଟେରିର ବ୍ୟବସ୍ଥା ରହିଛି । ଯାହା କି ପ୍ରତ୍ୟେକ ଦିନ ୩୨୦ କିମି ଯାଏଁ ମାଇଲେଜ୍ ଦେବ ।
Gravton Quantaରେ 3KW BLDC ମୋଟର ରହିଛି । ଯିଏ କି ଘଣ୍ଟାପ୍ରତି ୭୦ କିମି ଯାଏଁ ଗତି କରିବ । ଏହି ବାଇକରେ 3kwh ବ୍ୟାଟେରୀ ରହିଥିବାରୁ ଏହାକୁ ଥରେ ଚାର୍ଜ କଲେ ୧୫୦ କିମି ଯାଏଁ ଚାଲିପାରିବ । ଏହି ବାଇକରେ ଦୁଇଟି ବ୍ୟାଟେରି ରହିଥିବାରୁ ପ୍ରତ୍ୟେକ ଦିନ ଆପଣ ୩୨୦ କିମି ଯାଏ ଯାତ୍ରା କରିପାରିବେ ।
