ସମ୍ବଲପୁର, ୧୧/୧୧ : ବୁର୍ଲାରେ ଗୋଷ୍ଠୀ ସଂଘର୍ଷରେ ଗୋଟିଏ ପରିବାରକୁ ଦୁର୍ବୃତ୍ତମାନେ ସଂଘବଦ୍ଧ ଆକ୍ରମଣ କରିଛନ୍ତି । ଏହି ଘଟଣାରେ ଆକ୍ରମଣର ଶିକାର ହୋଇଥିବା ପରିବାରର ୨ ଭାଇଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୨ ଜଣ ଗୁରୁତର ହୋଇଛନ୍ତି । ଗୁରୁତରମାନଙ୍କୁ ବୁର୍ଲା ମେଡିକାଲରେ ଭର୍ତ୍ତି କରାଯାଇଥିବା ସୂଚନା ମିଳିଛି ।
ସୂଚନା ଅନୁସାରେ ବୁର୍ଲାର ସେଣ୍ଟ୍ରାଲ ଲାଇନ ଅଂଚଳରେ ଏହି ସଂଘବଦ୍ଧ ଆକ୍ରମଣ ଘଟଣା ଘଟିଛି । ପୋଲିସର ଅନୁମାନ ଅନୁସାରେ ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି କିଛି ନିର୍ଦ୍ଧିଷ୍ଟ ଗୋଷ୍ଠୀର ଲୋକେ କେଗାଟିଏ ପରିବାର ଲୋକଙ୍କୁ ମଧ୍ୟରାତ୍ରୀରେ ଆକ୍ରମଣ କରିଛନ୍ତି । ପୋଲିସ ମୃତଦେହ ଜବତ କରି ଥିବା ବେଳେ ଗୁରୁତରମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ପୋଲିସ ମାମଲାର ଛାନଭିନ କରୁଛି ।