ଭୁବନେଶ୍ୱର, ୧୩/୧୨ : ଅସ୍ତ୍ର ଛାଡ଼ି ଆତ୍ମସମର୍ପଣ କରୁଛନ୍ତି ମାଓବାଦୀ । ଛତିଶଗଡ଼ ଗରିଆବନ୍ଧରେ ଆଜି ଦୁଇ ଜଣ ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ କରିଛନ୍ତି । ସେମାନେ ହେଲେ ସନ୍ତୋଷ ଓରଫ ଲାଲପବନ୍ ଓ ମଞ୍ଜୁ ଓରଫ ନନ୍ଦେ । ଏସଡିକେ ଏରିଆ କମିଟି ସଦସ୍ୟ ସନ୍ତୋଷ ବିଜାପୁର ଜିଲ୍ଲାର ହୋଇଥିବା ବେଳେ ସିନାପାଲି ଏରିଆ କମିଟି ସଦସ୍ୟ ମଞ୍ଜୁ ସୁକୁମା ଜିଲ୍ଲାର । ଏହି ଦୁଇ ହାର୍ଡକୋର ମାଓବାଦୀଙ୍କ ନାଁରେ ୧୦ ଲକ୍ଷ ଟଙ୍କାର ପୁରସ୍କାର ରାଶି ଥିଲା । ହିଂସା ତ୍ୟାଗ କରି ଏମାନେ ଗରିଆବନ୍ଧ ପୋଲିସ୍ ଏସପିଙ୍କ ନିକଟରେ ଆତ୍ମସମର୍ପଣ କରିଛନ୍ତି ।