ବଢ଼ିଲା ‘ହରିଶ୍ଚନ୍ଦ୍ର ଯୋଜନା’ ସହାୟତା ରାଶି : ମୁଖ୍ୟମନ୍ତ୍ରୀ

0

ଭୁବନେଶ୍ୱର,୧୩/୪: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ହରିଶ୍ଚନ୍ଦ୍ର ଯୋଜନାର ସହାୟତା ରାଶିକୁ ବଢ଼ାଯାଇଛି। ଗ୍ରାମାଞ୍ଚଳ ପାଇଁ ୨ହଜାରରୁ ୩ ହଜାର ଟଙ୍କା ଏବଂ ସହରାଞ୍ଚଳ ଓ ପୁରୀ ସ୍ୱର୍ଗଦ୍ୱାର ପାଇଁ ୩ ହଜାରରୁ ୪ ହଜାର ଟଙ୍କାକୁ ବଢ଼ାଯାଇଛି।

ଏଥିପାଇଁ ପ୍ରତ୍ୟକ ଗ୍ରାମପଞ୍ଚାୟତରେ ଏକ ରିଭଲଭିଂ ଫଣ୍ଡ ଖୋଲାଯାଇ ଏଥିପାଇଁ ୧୫ ହଜାର ଟଙ୍କା ପ୍ରଦାନ କରାଯାଇଛି। ସୂଚନାଯୋଗ୍ୟ ଯେ ହରିଶ୍ଚନ୍ଦ୍ର ସହାୟତା ଖର୍ଚ୍ଚ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ଭରଣା କରାଯାଉଛି। ସାରା ରାଜ୍ୟର ସମସ୍ତ ପଞ୍ଚାୟତର ରିଭଲଭିଂ ଫଣ୍ଡ ପାଇଁ ୧୦ କୋଟି ୧୯ ଲକ୍ଷ ୧୦ ହଜାର ଟଙ୍କା ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ମଞ୍ଜୁର କରାଯାଇଛି।

ଏହି ନୂଆ ପ୍ରକ୍ରିୟାକୁ ତଦାରଖ କରିବା ପାଇଁ ଗ୍ରାମ ପଞ୍ଚାୟତ ଏକ୍ସଟେନସନ ଅଫିସର କିମ୍ବା ଅନ୍ୟ କୌଣସି ବ୍ଲକସ୍ତରୀୟ ଏକ୍ସଟେନସନ ଅଫିସରଙ୍କୁ ଦାୟିତ୍ବ ଦିଆଯାଇଛି। ବର୍ଦ୍ଧିତ ସହାୟତା ରାଶି ପାଇଁ ଯୋଜନାର ସଫ୍ଟୱାରରେ ଆବଶ୍ୟକ ପରିବର୍ତ୍ତନ କରାଯିବା ସହ ଜିଲ୍ଲାୱାରୀ ଗ୍ରାମପଞ୍ଚାୟତ ତାଲିକା ମଧ୍ୟ ପ୍ରସ୍ତୁତ କରାଯାଇସାରିଛି।

ସୂଚନାଥାଉକି, ଗରିବ ଲୋକମାନେ ଯେପରି ତାଙ୍କ ପ୍ରିୟଜନଙ୍କ ଅନ୍ତେଷ୍ଟିକ୍ରିୟା ସମ୍ପାଦନରେ କୌଣସି ଅସୁବିଧାର ସାମ୍ନା ନକରନ୍ତି ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଆରମ୍ଭ କରିଛନ୍ତି ହରିଶ୍ଚନ୍ଦ୍ର ସହାୟତା ଯୋଜନା। ପୂର୍ବରୁ ଏହି ଯୋଜନାରେ ଅନ୍ତ୍ୟେଷ୍ଟି ପାଇଁ ଗ୍ରାମାଞ୍ଚଳରେ ୨ହଜାର ଟଙ୍କା ଓ ସହରାଞ୍ଚଳରେ ୩ ହଜାର ଟଙ୍କା ସହାୟତା ମିଳୁଥିଲା।

SBI AD
Leave A Reply

Your email address will not be published.