ବରଗଡ଼ ୧୬/୦୪ : ଯୁବକଙ୍କ ଯୌନାଙ୍ଗ କାଟି ବୀଭତ୍ସ ହତ୍ୟା କରାଯାଇଛି । ବରଗଡ଼ ଜିଲ୍ଲା ସୋହେଲା ଥାନା ବୁଡାମାଲ ଗାଁରେ ଘଟିଛି ଏଭଳି ବିଭତ୍ସ ହତ୍ୟାକାଣ୍ଡ ଘଟିଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ବୁଡ଼ାମାଲ ଗାଁର ସାନନ୍ଦ ସା ନାମକ ଜଣେ ଯୁବକଙ୍କ ଯୌନାଙ୍ଗକୁ କାଟି ଅତି ନିର୍ମମ ଭାବେ ହତ୍ୟା କରାଯାଇଛି । ଚାଷ ଜମି ନିକଟରେ ସାନନ୍ଦଙ୍କ ମୃତଦେହ ପଡି ରହିଥିବା ବେଳେ ସ୍ଥାନୀୟ ଲୋକେ ଦେଖି ପୋଲିସକୁ ଖବର ଦେଇଥିଲେ । ପୋଲିସ ଓ ସାଇଣ୍ଟିଫିକ୍ ଟିମ୍ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିଛନ୍ତି । ତେବେ କିଏ ଓ କାହିଁକି ହତ୍ୟା କରିଛି ତାର କାରଣ ଜଣା ପଡିନଥିବା ବେଳେ ପୋଲିସ ବିଭିନ୍ନ ଦିଗକୁ ନେଇ ତଦନ୍ତ ଜାରି ରଖିଛି ।
