ଅଦା ଚା’ ପିଇବାରୁ ଶରୀରକୁ ମିଳିଥାଏ ଅନେକ ଫାଇଦା, ଜାଣନ୍ତୁ ଦିନକୁ କେତେ ଥର ପିଇପାରିବେ ?

0

ଆମ ଭାରତୀୟମାନଙ୍କର ଅଦା ଚା’ପିଇବାକୁ ଖୁବ ପିଇବାକୁ ପସନ୍ଦ। ତାହାର ସ୍ଵାଦ କିଛି ନିଆରା ଥାଏ। ଅଧିକାଂଶ ଲୋକଙ୍କ ଦିନ ଏହି ଚା ବିନା ଆରମ୍ଭ ହୁଏ ନାହିଁ । ସକାଳରୁ ସନ୍ଧ୍ୟା ପର୍ଯ୍ୟନ୍ତ ଦିନକୁ ଅନେକ ଥର ଚା ’ପିଇଥାନ୍ତି। ଯଦି ଆପଣ ଅଦା ଚାକୁ ଭଲ ପାଆନ୍ତି। ତେବେ ଆପଣ ନିଶ୍ଚିତ ଭାବରେ ଜାଣିଥିବେ ଯେ ଏହି ଚା କେବଳ ଶୀତର ପ୍ରଭାବକୁ ଦୂର କରେ ନାହିଁ, ବରଂ ଶରୀରକୁ ଅନ୍ୟ ସବୁକୁ ମଧ୍ୟ ଫାଇଦା ମିଳେ।

ଆପଣ କେବଳ ଚା ’ପିଇ କେଉଁ ଶାରୀରିକ ସମସ୍ୟାକୁ ଠିକ୍‌ କରିପାରିବେ। ସେ ବିଷୟରେ ମଧ୍ୟ ଏଠାରେ ଜାଣିପାରିବେ। ଅଦା ଚା ’ରେ ଏକ ପ୍ରକାର ଔଷଧ ଗୁଣ ରହିଛି। ଯାହା ଦୈନିକ ଜୀବନରେ ଘଟୁଥିବା ସାମାନ୍ୟ ସ୍ୱାସ୍ଥ୍ୟ ସମସ୍ୟାର ତୁରନ୍ତ ସମାଧାନ କରିଥାଏ। କେଉଁ ପରିସ୍ଥିତିରେ ଅଦା ଚା ପିଇବା ଆପଣଙ୍କ ପାଇଁ ଲାଭଦାୟକ ହେବ ଚାଲନ୍ତୁ ଜାଣିବା।

– ଅଦା ର ପ୍ରଭାବ ଗରମ ଥାଏ। ତେଣୁ ଏହାର ବ୍ୟବହାର ଶରୀରରେ ଉଷ୍ମତା ଆଣିଥାଏ । ଏହାକୁ ସାଧାରଣତଃ ଦିନରେ ଖାସ୍‌ କରି ପିଅନ୍ତି।

– ଅଦାରେ ଅନେକ ଭିଟାମିନ୍-ଏ, ଭିଟାମିନ୍-ଡି, ଭିଟାମିନ୍-ଇ ପରି ଅନେକ ଭିଟାମିନ୍ ମିଳିଥାଏ।

– ଅଦା ଅନେକ ପୋଷକ ତତ୍ତ୍ୱରେ ଭରପୂର ଅଟେ । ଉଦାହରଣ ସ୍ୱରୂପ, କ୍ୟାଲସିୟମ୍, ମ୍ୟାଗ୍ନେସିୟମ୍, ଜିଙ୍କ ଏବଂ ଆଇରନ୍‌

– ଅଦାରେ ଆଣ୍ଟି ଇନ୍‌ଫ୍ଲାମେଟାରୀ ଗୁଣ ଥାଏ। ଯାହା ଶରୀରର ଫୁଲାକୁ ହ୍ରାସ କରିଥାଏ। ଆଣ୍ଟି-ବ୍ୟାକ୍ଟେରିଆ ଗୁଣ ଯାହା ଜୀବାଣୁ ରୋଗରୁ ରକ୍ଷା କରିଥାଏ।

– ଯଦି ଶୀତ ଋତୁରେ ବାରମ୍ବାର ପରିସ୍ରା କରିବାରେ ଅସୁବିଧା ହୁଏ, ତେବେ ଦିନକୁ ଦୁଇଥର ଅଦା ଚା ପିଇବା ଲାଭଦାୟକ।

– ଏହି ଚା ଥଣ୍ଡା ଏବଂ ପ୍ଲୁ ସମ୍ଵନ୍ଧୀୟ ରୋଗରୁ ରକ୍ଷା କରେ । ଥଣ୍ଡାରୁ ବଞ୍ଚାଇଥାଏ ଏବଂ ଶୀଘ୍ର ଭଲ କରେ।

– ମୁଣ୍ଡ ବିନ୍ଧାରୁ ଆରାମ ପ୍ରଦାନ କରେ।

– ଅଦା ଚା ଓଜନ ନିୟନ୍ତ୍ରଣ ମଧ୍ୟ କରେ।

– ଅଦା ଚା ପିଇବା ଦ୍ଵାରା ହଜମ ଭଲ ହୁଏ। ଯେଉଁ କାରଣରୁ ପେଟରେ ଭାରିପଣ ଏବଂ ଅଳସୁଆମି ଦୂର କରେ।

– କିଡନୀ ସମ୍ବନ୍ଧୀୟ ସମସ୍ୟାକୁ ରୋକିବାରେ ଅଦା ଚା ’ ଖୁବ୍‌ ସାହାଯ୍ୟକାରୀ ।

ସୁସ୍ଥ ରହିବା ପାଇଁ ଆପଣ ଦିନକୁ ୨ ରୁ ୩ଥର ଅଦା ଚା ପିଇପାରିବେ। ହେଲେ ଗୋଟିଏ ଦିନ ପାଇଁ ଦୁଇ କପ ଚା ପିଇବା ଯଥେଷ୍ଟ। ଯଦି ଆପଣଙ୍କର ସ୍ୱାସ୍ଥ୍ୟ ଖରାପ ତେବେ ଆପଣ ଦିନରେ୩ ରୁ ୪ କପ୍ ଚା ପିଇ ପାରିବେ । ସେଥିପାଇଁ ସୁସ୍ଥ ଲୋକମାନେ ସୁସ୍ଥ ରହିବା ପାଇଁ ପ୍ରତିଦିନ ମାତ୍ର ୨ ଥର ଅଦା ଚା ’ପିଇବା ଉଚିତ୍‌।

SBI AD
Leave A Reply

Your email address will not be published.