ନୂଆଦିଲ୍ଲୀ, ୧୧/୦୪ : ଆମେରିକାର ଏକ ହେଲିକପ୍ଟର ହଡସନ ନଦୀରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ଦୁର୍ଘଟଣାରେ ହେଲିକପ୍ଟରରେ ଥିବା ସମସ୍ତ ୬ ଜଣଙ୍କର ମୃତ୍ୟୁ ହୋଇଛି। ମୃତକଙ୍କ ମଧ୍ୟରେ ତିନି ଜଣ ଶିଶୁ ମଧ୍ୟ ଥିଲେ। ନ୍ୟୁୟର୍କ ମେୟର ଏରିକ୍ ଆଡାମ୍ସ କହିଛନ୍ତି ଯେ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଲୋକମାନେ ସ୍ପେନର ଗୋଟିଏ ପରିବାରର ଥିଲେ ଏବଂ ହେଲିକପ୍ଟର ପାଇଲଟ୍ ମଧ୍ୟ ସେମାନଙ୍କ ସହିତ ଥିଲେ। ଖବର ସରବରାହ ସଂସ୍ଥା ଏଏଫପି ଅନୁଯାୟୀ, ଦୁର୍ଘଟଣା ପରେ ଦୁଇଜଣଙ୍କୁ ଡାକ୍ତରଖାନା ନିଆଯାଇଥିଲା, କିନ୍ତୁ ପରେ ସେମାନଙ୍କର ମଧ୍ୟ ମୃତ୍ୟୁ ହୋଇଥିଲା। ମେୟର ଏରିକ୍ ଆଡାମ୍ସ ଗଣମାଧ୍ୟମ ସହ କଥାବାର୍ତ୍ତା ସମୟରେ କହିଛନ୍ତି, “ବର୍ତ୍ତମାନ ସମସ୍ତ ଛଅ ଜଣଙ୍କୁ ପାଣିରୁ ବାହାର କରାଯାଇଛି ଏବଂ ଦୁଃଖର ବିଷୟ ଯେ ସମସ୍ତଙ୍କର ମୃତ୍ୟୁ ହୋଇଛି।” ସେ ଆହୁରି କହିଛନ୍ତି ଯେ ଏହା ଏକ ଅତ୍ୟନ୍ତ ଦୁଃଖଦ ଏବଂ ହୃଦୟବିଦାରକ ଦୁର୍ଘଟଣା। ଦୁର୍ଘଟଣା ଉପରେ ପ୍ରତିକ୍ରିୟା ପ୍ରକାଶ କରି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି, “ହଡସନ ନଦୀରେ ଏକ ଭୟଙ୍କର ହେଲିକପ୍ଟର ଦୁର୍ଘଟଣା ଘଟିଛି। ଏହା ମନେ ହେଉଛି ଯେ ପାଇଲଟ, ଦୁଇ ବୟସ୍କ ଏବଂ ତିନି ଜଣ ପିଲାଙ୍କ ସମେତ ଛଅ ଜଣ ଆଉ ଆମ ମଧ୍ୟରେ ନାହାନ୍ତି। ଟ୍ରମ୍ପ ତାଙ୍କ ସୋସିଆଲ ମିଡିଆ ପ୍ଲାଟଫର୍ମରେ ଲେଖିଛନ୍ତି, “ଭଗବାନ ପୀଡିତଙ୍କ ପରିବାର ଏବଂ ବନ୍ଧୁମାନଙ୍କୁ ଶକ୍ତି ଦିଅନ୍ତୁ। ପରିବହନ ସଚିବ ସିଆନ୍ ଡଫି ଏବଂ ତାଙ୍କ ଦଳ ଏହି ଘଟଣାର ତଦନ୍ତ କରୁଛନ୍ତି। ଏହି ଦୁର୍ଘଟଣା କିପରି ଏବଂ କାହିଁକି ଘଟିଲା ତାହା ଖୁବ୍ ଶୀଘ୍ର ଜଣାପଡିବ।