ନୂଆଦିଲ୍ଲୀ,୧୫/୧: ଭାରତରେ ବଡ ସଂଖ୍ୟାରେ ବିଦ୍ୟାର୍ଥୀ ପ୍ରଶାସନିକ ସେବାରେ ଉତ୍ତୀର୍ଣ୍ଣ ହେବା ସହ ଆଇଏଏସ ଅଧିକାରୀ ହେବାକୁ ସ୍ଵପ୍ନ ଦେଖନ୍ତି । ପ୍ରତି ବର୍ଷ ଲକ୍ଷାଧିକ ସଂଖ୍ୟାରେ ପରୀକ୍ଷାର୍ଥୀ ଏହି ପରୀକ୍ଷା ପାଇଁ ଫର୍ମ ଭରିଥାନ୍ତି। ମାତ୍ର ଉତ୍ତୀର୍ଣ୍ଣ ହୋଇଥାନ୍ତି କିଛି ପରୀକ୍ଷାର୍ଥୀ। ୨୦୨୧ ଭାରତୀୟ ପ୍ରଶାସନିକ ସେବା ପରୀକ୍ଷା(ଆଇଏଏସ) ପରୀକ୍ଷାରେ ମୋଟ୍ ୧୮୦ ଆଇଏଏସ ଅଧିକାରୀ ଚୟନ ହୋଇଥିଲେ। ଏଥିରୁ କେବଳ ୨୪ ଆଇଏଏସ ଅଧିକାରୀ କେବଳ ରାଜସ୍ଥାନରୁ ଥିଲେ। ବିଶେଷଜ୍ଞଙ୍କ ମତରେ ଉନ୍ନତ କୋଚିଂ ସେଣ୍ଟର ଏବଂ ଯୁବ ବର୍ଗଙ୍କ ମଧ୍ୟରେ ବଢୁଥିବା ସଚେତନତା ହିଁ ଏହାର କାରଣ।
ସରକାରୀ ତଥ୍ୟ ଅନୁଯାୟୀ, ଗତ ଚାରି ବର୍ଷରେ ରାଜସ୍ଥାନରୁ ମୋଟ୍ ୮୪ ଆଇଏଏସ ଅଧିକାରୀ ଚୟନ ହୋଇଛନ୍ତି। ବର୍ଷ ପରେ ବର୍ଷ ଏହି ସଂଖ୍ୟା ବଢିବାରେ ଲାଗିଛି। ୨୦୧୯ରେ ରାଜସ୍ଥାନରୁ ୧୬ ଆଇଏଏସ ଅଧିକାରୀ ଚୟନ ହୋଇଥିଲେ। ୨୦୨୦ରେ ଏହି ସଂଖ୍ୟା ବଢି ୨୨ରେ ଏବଂ ୨୦୨୧ରେ ରାଜସ୍ଥାନରୁ ଆଇଏଏସ ଅଧିକାରୀ ଭାବେ ୨୪ ଉତ୍ତୀର୍ଣ୍ଣ ହୋଇଥିଲେ।
