ଆଜି ହିନ୍ଦି ସିନେମାକୁ ପୂରିଲା ୧୦୮ ବର୍ଷ

ନୂଆଦିଲ୍ଲୀ,୩/୫ : ହିନ୍ଦି ଚଳଚ୍ଚିତ୍ରକୁ ଆଜି ୧୦୮ ବର୍ଷ ପୂରଣ ହୋଇଛି। ୧୯୧୩ ମସିହାର ଆଜିର ଦିନର ପ୍ରଥମ ଭାରତୀୟ ଚଳଚ୍ଚିତ୍ର ରାଜା ହରିଶ୍ଚନ୍ଦ୍ର ରିଲିଜ ହୋଇଥିଲା। ସେବେ ଠାରୁ ନେଇ ଆଜି ପର୍ଯ୍ୟନ୍ତ ସିନେମା ଜଗତର ବହୁ କିଛି ପରିବର୍ତ୍ତନ ଘଟିଛି। ଦାଦା ସାହେବ ଫାଲକେ ଲଣ୍ଡନରୁ ଫେରିବା ପରେ ରାଜା ହରିଶ୍ଚଦ୍ର ନାମକ ଚଳଚ୍ଚିତ୍ର ପ୍ରସ୍ତୁତ କରିଥିଲେ। ଏହାପୂର୍ବରୁ ଭାରତୀୟ ଲୋକେ ସିନେମା ସହ ଜଡିତ ନଥିଲେ ବୋଲି କୁହାଯାଏ। ଏହି ଚଳଚ୍ଚିତ୍ର ଭାରତର ପ୍ରଥମ ପୂର୍ଣ୍ଣ-ଲମ୍ବ- ବିଶିଷ୍ଟ ଚଳଚ୍ଚିତ୍ର କୁହାଯାଏ।

Comments are closed.