୧୩ ରୁ ହକି ବିଶ୍ୱକପ୍‍: ଭାରତୀୟ ଦଳକୁ ଉତ୍ସାହିତ କରିବା ପାଇଁ ହକି ଇଣ୍ଡିଆ ପକ୍ଷରୁ ପୁରସ୍କାର ଘୋଷଣା, ଜାଣନ୍ତୁ କେତେ

0

ଭୁବନେଶ୍ୱର: ହକି ବିଶ୍ବକପ୍‌ ପାଇଁ ହାତରେ ଆଉ ଦୁଇ ସପ୍ତାହ ବାକି ରହିଛି। ଭାରତୀୟ ଦଳ ମଧ୍ୟ ଓଡ଼ିଶାରେ ପହଞ୍ଚିସାରିଛି। ତେବେ ବିଶ୍ବକପ୍‌ରେ ଭାରତୀୟ ଦଳର ଉତ୍ସାହ ବୃଦ୍ଧି ପାଇଁ ହକି ଇଣ୍ଡିଆ ପକ୍ଷରୁ ପୁରସ୍କାର ଘୋଷଣା କରାଯାଇଛି। ବିଶ୍ବକପ୍‌ରେ ଯଦି ଭାରତ ବିଜେତା ହୁଏ ତାହେଲେ ହର୍ମନପ୍ରୀତ୍‌ ସିଂହଙ୍କ ନେତୃତ୍ବାଧୀନ ଦଳର ପ୍ରତ୍ୟେକ ସଦସ୍ୟଙ୍କୁ ୨୫ ଲକ୍ଷ ଟଙ୍କା ଲେଖାଏଁ ଏବଂ ସହଯୋଗୀ କର୍ମଚାରୀଙ୍କୁ ୫ ଲକ୍ଷ ଟଙ୍କା ଲେଖାଏଁ ପୁରସ୍କାର ଦିଆଯିବାକୁ ଘୋଷଣା କରାଯାଇଛି। ଏହାବାଦ୍‌ ଯଦି ଭାରତ ଉପବିଜେତା ହୁଏ, ତାହେଲେ ପ୍ରତ୍ୟେକ ସଦସ୍ୟଙ୍କୁ ୧୫ ଲକ୍ଷ ଓ ସହଯୋଗୀଙ୍କୁ ୩ ଲକ୍ଷ ଟଙ୍କା ଲେଖାଏଁ ଦିଆଯିବ। କାଂସ୍ୟ ପଦକ ପାଇଥିଲେ ଏହି ରାଶି ଯଥାକ୍ରମେ ୧୦ ଲକ୍ଷ ଓ ୨ ଲକ୍ଷକୁ ହ୍ରାସ ପାଇବ ‌ବୋଲି ଉକ୍ତ ଘୋଷଣାରେ ସୂଚନା ଦିଆଯାଇଛି।

ସେହିପରି ଓଡ଼ିଶା ସରକାର ମଧ୍ୟ ବିଶ୍ୱକପ ବିଜୟ ପାଇଁ ଭାରତୀୟ ଦଳକୁ ସମ୍ବର୍ଦ୍ଧିତ କରି ଅର୍ଥରାଶି ସହିତ ପୁରସ୍କୃତ କରିପାରନ୍ତି। ପୂର୍ବରୁ 2021 ଟୋକିଓ ଅଲିମ୍ପିକ୍ସରେ ଚମତ୍କାର ପ୍ରଦର୍ଶନ କରିଥିବା ୪ଓଡ଼ିଆ ହକି ଖେଳାଳିଙ୍କ ସମେତ ଭାରତୀୟ ଦଳକୁ ଓଡିଶା ସରକାର ସମ୍ବର୍ଦ୍ଧିତ କରିଛନ୍ତି। ଓଡ଼ିଶାରୁ ଭାରତୀୟ ହକି ଟିମରେ ଥିବା ୨ଜଣ ପୁରୁଷ ହକି ଖେଳାଳି ଏବଂ ୨ଜଣ ମହିଳା ହକି ଖେଳାଳିଙ୍କୁ କଳିଙ୍ଗ ଷ୍ଟାଡିୟମରେ ସମ୍ବର୍ଦ୍ଧିତ କରାଯାଇ ପୁରୁଷ ହକି ଖେଳାଳି ବୀରେନ୍ଦ୍ର ଲାକ୍ରା ଓ ଅମିତ ରୋହିଦାସଙ୍କୁ ୨.୫କୋଟି ଟଙ୍କାର ପୁରସ୍କାର ରାଶି ଦିଆଯାଇଥିବା ବେଳେ ରାଜ୍ୟ ପୁଲିସ ବିଭାଗରେ ଡେପୁଟି ସୁପରିଟେଣ୍ଡେଣ୍ଟ ଭାବରେ ନିଯୁକ୍ତି ପାଇଁ ନିଯୁକ୍ତି ପତ୍ର ପ୍ରଦାନ କରିଥିଲେ ମୁଖ୍ୟମନ୍ତ୍ରୀ।

SBI AD
Leave A Reply

Your email address will not be published.