ହକି ବିଶ୍ଵକପ୍୨୦୨୩ ଉଦଘାଟିତ, ଝୁମୁଛି ବାରବାଟୀ

0

କଟକ,୧୧/୧ : କଟକ ବାରବାଟୀ ଷ୍ଟାଡିୟମରେ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଏବଂ ଭବ୍ୟ ଉତ୍ସବ ମଧ୍ୟରେ ଉଦଘାଟିତ ହୋଇଛି ବହୁ ପ୍ରତୀକ୍ଷିତ ହକି ବିଶ୍ଵ କପ୍। ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ର କ୍ରୀଡା ଏବଂ ଯୁବ ବ୍ୟାପାର ମନ୍ତ୍ରୀ ଅନୁରାଗ ଠାକୁର, ହକି ଇଣ୍ଡିଆ ସଭାପତି ଦୀଲିପ ତିର୍କୀ, ରାଜ୍ୟ କ୍ରୀଡା ମନ୍ତ୍ରୀ ତୁଷାରକାନ୍ତି ବେହେରା ଏବଂ ଇଣ୍ଟରନ୍ୟାସନାଲ ହକି ଫେଡେରେସନ ଅଧ୍ୟକ୍ଷ ତୟବ ଇକ୍ରାମ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମ ଆରମ୍ଭରେ ଓଡ଼ିଶାର ଆଦିବାସୀ ଲୋକନୃତ୍ୟ ପରିବେଷିତ ହୋଇଥିଲା। ପରେ ଓଡ଼ିଶୀ ନର୍ତ୍ତକୀମାନଙ୍କ ଦ୍ୱାରା ନୃତ୍ୟ ପରିବେଷଣ ସମସ୍ତଙ୍କୁ ମନ୍ତ୍ର ମୁଗ୍ଧ କରିଛି। ଏହା ମଧ୍ୟରେ ବିଭିନ୍ନ ଲାଇଟ୍ ଶୋ ମଧ୍ୟ ଦେଖିବାକୁ ମିଳିଛି।

ବିଶିଷ୍ଟ ସଂଗୀତ ନିର୍ଦ୍ଦେଶକ ପ୍ରୀତମଙ୍କ ମ୍ୟୁଜିକ୍‌ରେ ଦର୍ଶକ ଝୁମି ଉଠିଛନ୍ତି। ପ୍ରଥମ ଥର କଟକରେ ଦେଖିବାକୁ ମିଳିଛି ଅତ୍ୟାଧୁନିକ ଡ୍ରୋନ୍ ଶୋ। କଟକ ଆକାଶରେ ଏକକାଳୀନ ୫ଶହ ଡ୍ରୋନ୍ ଉଡ଼ିବା ସହ ଚିକମିକ୍ ଆଲୁଅରେ ହକି ବିଶ୍ବକପ୍ ସମ୍ବନ୍ଧୀୟ ଚିତ୍ର ପ୍ରଦର୍ଶନ କରାଯାଇଛି। ଉଦଘାଟନୀ ସନ୍ଧ୍ୟାରେ ମୁଖ୍ୟ ଆକର୍ଷଣ ବଲିଉଡ୍ ଅଭିନେତା ରଣବୀର ସିଂ ଓ ଅଭିନେତ୍ରୀ ଦିଶା ପଟ୍ଟାନୀ ।

ବାରବାଟୀ ଷ୍ଟାଡିୟମକୁ ତ୍ରିସ୍ତରୀୟ ସୁରକ୍ଷା ବଳୟ ମଧ୍ୟରେ ରଖାଯାଇଛି। ଏଥିରେ ୫୦ ପ୍ଲାଟୁନ୍ ପୋଲିସ୍‌ ଫୋର୍ସ ଏବଂ ୨ଶହ ସୁରକ୍ଷା ଅଧିକାରୀ ନିୟୋଜିତ ହୋଇଛନ୍ତି। ସେହିପରି ହକି ବିଶ୍ବକପ୍‌ର ଉଦଘାଟନୀ ଉତ୍ସବ ପାଇଁ ବୁଧବାର ଦିନ ୧ଟାରୁ ପରଠାରୁ ରାଜ୍ୟର ସମସ୍ତ ସ୍କୁଲ ଛୁଟି କରାଯାଇଥିଲା। ରାଜ୍ୟର ସମସ୍ତ ସରକାରୀ, ସରକାରୀ ଅନୁଦାନପ୍ରାପ୍ତ ଓ ବେସରକାରୀ ସ୍କୁଲ ଛୁଟି ରହିଛି।

SBI AD
Leave A Reply

Your email address will not be published.