କାଲିଠାରୁ ଆରମ୍ଭ ହେବ ହକି ବିଶ୍ୱକପ୍‍ ପ୍ରତିଯୋଗିତା : ଜାଣନ୍ତୁ ଖେଳ ସୂଚୀ

0

ଭୁବନେଶ୍ୱର: ରାଜ୍ୟରେ ଆସନ୍ତାକାଲିଠାରୁ ହକି ବିଶ୍ୱକପ୍‍ ମହାସମର ଆରମ୍ଭ ହେବାକୁ ଯାଉଛି। ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ୍‍ ଓ ରାଉରକେଲା ବିର୍ସା ମୁଣ୍ଡା ଷ୍ଟାଡିୟମରେ ଏହି ଖେଳ ଅନୁଷ୍ଠିତ ହେବ। ଆସନ୍ତାକାଲି ପ୍ରଥମ ଦିନରେ ୪ଟି ମ୍ୟାଚ୍‍ ଖେଳାଯିବ। ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ୍‍ରେ ଅପରାହ୍ନ ଗୋଟାଏରେ ଆର୍ଜେଣ୍ଟିନା ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ମ୍ୟାଚ୍‍ ଅନୁଷ୍ଠିତ ହେବ। ଅପରାହ୍ନ ୩ଟାରେ ସେହିଭଳି ଅଷ୍ଟ୍ରେଲିଆ ଓ ଫ୍ରାନ୍ସ ଦ୍ୱିତୀୟ ମ୍ୟାଚ୍‍ ଖେଳିବେ। ସେହିପରି ରାଉରକେଲା ବିର୍ସା ମୁଣ୍ଡା ଷ୍ଟାଡିୟମରେ ଇଂଲଣ୍ଡ ଓ ୱେଲ୍ସ ମଧ୍ୟରେ ଅପରାହ୍ନ ୫ଟାରେ ମୁକାବିଲା ହେବ।

ରାତି ୭ଟାରେ ଭାରତର ମୁକାବିଲା ସ୍ପେନ୍‍ ସହ ହେବ। ଆଜି ରାଉରକେଲା ସହରରେ ହକି ବିଶ୍ୱକପ୍‍ ଟ୍ରଫି ସକାଳ ପ୍ରାୟ ସାଢ଼େ ୧୦ଟା ବେଳେ ପ୍ରଥମେ ବେଦବ୍ୟାସ ମନ୍ଦିରରେ ପହଞ୍ଚିଥିଲା। ଶହ ଶହ ଦର୍ଶକ, ଖେଳପ୍ରେମୀ ଟ୍ରଫିକୁ ସ୍ୱାଗତ ଜଣାଇଥିଲେ। ବେଦବ୍ୟାସ ମନ୍ଦିରରେ ଏହାକୁ ପୂଜାର୍ଚ୍ଚନା କରାଯାଇଥିଲା। ଆଜି ଦିନସାରା ସହର ପରିକ୍ରମା କରିବା ପରେ ରାତିରେ ବିର୍ସା ମୁଣ୍ଡା ଷ୍ଟାଡିୟମରେ ଟ୍ରଫି ପହଞ୍ଚିବାର କାର୍ଯ୍ୟକ୍ରମ ରହିଛି। ଏଥିପାଇଁ ସହରର ବିଭିନ୍ନ ସ୍ଥାନରେ ବ୍ୟାପକ ବ୍ୟବସ୍ଥା କରାଯାଇଛି।

ଗତକାଲି କଟକର ବାରବାଟୀ ଷ୍ଟାଡିୟମରେ ରଙ୍ଗାରଙ୍ଗ ଉଦଘାଟନୀ ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ କେନ୍ଦ୍ର ଯୁବ ବ୍ୟାପାର, କ୍ରୀଡ଼ା ଓ ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅନୁରାଗ ସିଂ ଠାକୁର ମିଳିତଭାବେ ଏହି କାର୍ଯ୍ୟକ୍ରମକୁ ଉଦଘାଟନ କରିଛନ୍ତି। ଏଫଆଇଏଚ୍‍ ପୁରୁଷ ହକି ବିଶ୍ୱକପର ପଞ୍ଚଦଶ ସଂସ୍କରଣ ଜାନୁଆରୀ ୧୩ରୁ ୨୯ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱର ଓ ରାଉରକେଲାରେ ଖେଳାଯିବ ।

SBI AD
Leave A Reply

Your email address will not be published.