ନୂଆଦିଲ୍ଲୀ, ୨୦/୦୫ : ରୟାଲ ଏନଫିଲ୍ଡ, କାଓ୍ବାସାକି ଏବଂ ବେନେଲିକୁ ଟକ୍କର ଦେବ ହୋଣ୍ଡା। କ୍ରୁଜର ବାଇକ୍ ସେଗମେଣ୍ଟରେ ହୋଣ୍ଡା ବଜାରକୁ ଛାଡ଼ିଛି ଏକ ଜବରଦସ୍ତ ବାଇକ୍। ୫୦୦ ସିସି ବିଶିଷ୍ଟ ଏହି ବାଇକର ନାଁ ହେଉଛି ରିବେଲ ୫୦୦। କାଓ୍ବାସାକି ଏଲିମିନେଟର, ରୟାଲ ଏନଫିଲ୍ଡ ଇଣ୍ଟରସେପ୍ଟର ୬୫୦ ଏବଂ ବେନେଲି ଲିଓନସିନୋ ୫୦୦କୁ ଏହା ଟକ୍କର ଦେବ ବୋଲି କୁହାଯାଉଛି। ଏହା ଦେଖିବାକୁ ଅତ୍ୟନ୍ତ ସ୍ପୋର୍ଟି। କମ୍ପାନୀ ପକ୍ଷରୁ ଏହାର ବଜାର ପ୍ରବେଶ କରାଯାଇଛି। ଗୁରୁଗ୍ରାମ, ମୁମ୍ବଇ ଏବଂ ବେଙ୍ଗାଲୁରୁ ସହରରେ ଏହା ଉପଲବ୍ଧ ହେଉଛି। ଏହାକୁ କିଣିବାକୁ ଚାହୁଁଥିବା ବାଇକପ୍ରେମୀ ଆଗୁଆ ବୁକିଂ କରିପାରିବେ। ଆସନ୍ତା ଜୁନରୁ ଏହାର ଡେଲିଭରି ଆରମ୍ଭ ହେବ। ବାଇକ୍ଟି ଲିକୁଇଡ୍ କୁଲ୍ ଇଞ୍ଜିନ, ଟ୍ବିନ ସିଲିଣ୍ଡର, ୪୫.୫୯ ଏଚପି ଏବଂ ୪୩.୩ ଏନଏମ ଟର୍କ ବିଶିଷ୍ଟ। ଏହାର ୬ଟି ଗିୟର ରହିଛି। ବାଇକ୍ଟି ଗୋଟିଏ ରଙ୍ଗରେ ଉପଲବ୍ଧ ହେଉଛି। ମ୍ୟାଟ୍ ଗନପାଉଡର ବ୍ଲାକ ମେଟାଲିକ କଲରରେ ଏହା ବଜାରକୁ ଆସିଛି। ଏହାର ଏକ୍ସ-ଶୋ’ରୁମ ମୂଲ୍ୟ ୫ ଲକ୍ଷ ୭୬ ହଜାର ଟଙ୍କା ରହିଛି।