ଆଜିର ରାଶିଫଳ: ୨୫.୦୬.୨୦୧୮ (ସୋମବାର)

ମେଷ: ନୀଚରାଶିରେ ଅଷ୍ଟମସ୍ଥ ଚନ୍ଦ୍ର ହେତୁ ପାରିବାରିକ ଓ କର୍ମକ୍ଷେତ୍ର ପ୍ରତି ବିଭିନ୍ନ ପ୍ରକାରର ସମସ୍ୟା ଆସିଲେ ମଧ୍ୟ ଦୃଢ଼ ହସ୍ତରେ ତାହା ଦମନ କରିବାରେ ସମର୍ଥ ହେବେ । ନିଜ ଲୋକମାନଙ୍କୁ ସନ୍ଦେହ କରି ଚର୍ଚ୍ଚାରେ ରହିପାରନ୍ତି। ଆରକ୍ଷୀ ସମ୍ପର୍କିତ ବିବାଦୀୟ ଘଟଣାର ଅବସାନ ଘଟିପାରେ । ବ୍ୟବସାୟ ବାଣିଜ୍ୟ କ୍ଷେତ୍ରରେ ଉଚ୍ଚ ଫଳପ୍ରାପ୍ତି ହେବାର ଆଶା ରହିଛି।

ବୃଷ: ଶାରୀରିକ ଓ ମାନସିକ ଅସ୍ଥିରତା ଲାଗି ରହିବା କାରଣରୁ ପ୍ରତ୍ୟେକ କାର୍ଯ୍ୟାବଳୀର ସଠିକ୍‌ ସମୀକ୍ଷା କରିପାରିବେ ନାହିଁ । ରୋହିଣୀ ନକ୍ଷତ୍ର ବ୍ୟବସାୟ, ବାଣିଜ୍ୟ, ଯାତ୍ରା, ପ୍ରତିଦ୍ୱନ୍ଦ୍ୱିତା ପ୍ରଭୃତି ପ୍ରତ୍ୟେକ କ୍ଷେତ୍ରରେ ସଫଳତା ହାସଲ କରିବେ । ଘରକୁ ବହୁତ ଦିନରୁ ଇଚ୍ଛା କରି ମଧ୍ୟ ଆଣି ପାରି ନ ଥିବା ଜିନିଷଟି ଆଣିପାରନ୍ତି। ଦୂରଯାତ୍ରା ପାଇଁ ପ୍ରସ୍ତୁତି କରିପାରନ୍ତି।

ମିଥୁନ: ଆଜି ଆପଣ ନିଜର ଘର କାମ ସାଙ୍ଗକୁ ବନ୍ଧୁମାନଙ୍କ କାମକୁ ମଧ୍ୟ ଅଗ୍ରାଧିକାର ଭିତ୍ତିରେ କରିବାକୁ ଅନୁକୂଳ ବାତାବରଣ ସୃଷ୍ଟି ହେବ । ଅର୍ଥଲାଭ ହେବା ସହ ଯାତ୍ରାରେ ସମସ୍ୟା ଭିତର ଦେଇ ଯିବାକୁ ପଡ଼ିବ। କର୍ମକ୍ଷେତ୍ରରେ ନୂତନ ଦାୟିତ୍ୱ ହାତକୁ ନେବାକୁ ପଡ଼ିପାରେ । ବ୍ୟବସାୟରେ ବ୍ୟସ୍ତ ରହିବେ, ମାତ୍ର ବିଶେଷ ଭାବରେ ଲାଭବାନ୍‌ ହେବେ।

କର୍କଟ: କର୍ମକ୍ଷେତ୍ରରେ ଫାଇଲ୍‌ କାମ, ମିଟିଂ ପ୍ରଭୃତିରେ ବ୍ୟସ୍ତ ରହିବେ। ବ୍ୟବସାୟ, ପରିବହନ ବାଧାପ୍ରାପ୍ତ ହୋଇପାରେ। ପର ଉପରେ ନିର୍ଭର ଦ୍ୱାରା ପୂର୍ଣ୍ଣମାତ୍ରାରେ କାମ ମଧ୍ୟ ହାସଲ ହୋଇପାରିବ ନାହିଁ। ଆଶା ପୂରଣ ହେବାରେ ଜଣେ ସହକର୍ମୀ ଅପରାହ୍ନରେ ସାହାଯ୍ୟ କରିବେ। ପୁଷ୍ୟା ନକ୍ଷତ୍ରର ଅଭାବ, ଅଶାନ୍ତି ମଧ୍ୟରେ ସମୟ କାଟିବାକୁ ବାଧ୍ୟ। ହେବେ ।

ସିଂହ: ନିଜର ବ୍ୟବହାର୍ଯ୍ୟ ଜିନିଷ ପରକୁ ଦେଇ ଅପଦସ୍ଥ ହୋଇପାରନ୍ତି। ମାତ୍ର ସାବଧାନ ରହିବା ଭଲ ହେବଯେ, ନିଜର ସାଙ୍ଗ ସାଥୀମାନେ ହିଁ ଆପଣଙ୍କ ପାଇଁ ପରୋକ୍ଷ କ୍ଷତି ସାଧନରେ ଲିପ୍ତ ରହିପାରନ୍ତି। ବାହ୍ୟ ଲୋକମାନଙ୍କର କଥା ନ ଶୁଣି ନିଜ ମନଇଚ୍ଛା କାମ କରିବା ଫଳରେ କିଛିଟା ସାମୟିକ ସମସ୍ୟାର ସମ୍ମୁଖୀନ ହେବେ।

କନ୍ୟା: ଭାବୁଥିବା କାମଟିକୁ ଶେଷ କରିପାରିବା କ୍ଷେତ୍ରରେ ବିଭିନ୍ନ ପ୍ରକାର ସମସ୍ୟାର ସାମ୍ନା କରିବାକୁ ପଡ଼ିବ। ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ କେତେକ ପ୍ରତିବନ୍ଧକ ଦେଖାଦେଇପାରେ। ଯେଉଁ ବ୍ୟକ୍ତିଟି ବିଷୟରେ ଆଲୋଚନା କରୁଥିବେ ମହିଳାମାନେ ତାହାକୁ ହଠାତ୍‌ ଅତି ନିକଟରେ ଦେଖି ହଡ଼ବଡ଼େଇ ଯାଇ ପାରନ୍ତି।

ତୁଳା: ପରିବାରର ଅବ୍ୟବସ୍ଥା କଥା ଚିନ୍ତା କରି ଅଧିକାଂଶ ସମୟ ମାନସିକ ଅସ୍ଥିରତା ଲାଗି ରହିବ । ଆପଣଙ୍କ ସୁବିଧା ଓ ଅସୁବିଧାର ସମୀକ୍ଷା କରି ଘର ଲୋକମାନଙ୍କ ବ୍ୟସ୍ତ ଓ ବିବ୍ରତତାକୁ ଲକ୍ଷ୍ୟ କରି ମନ ଅଶାନ୍ତ ରହିବ। ଆଲୋଚନାରେ, ସଭାସମିତିରେ, ଆନୁଷ୍ଠାନିକ କାମ ସକାଶେ ପ୍ରତିଯୋଗିତା ମନୋଭାବ ଉପୁଜି ପାରେ।

ବିଛା: ପାରିବାରିକ କ୍ଷେତ୍ରରେ ଭୁଲ୍‌ ବୁଝାମଣା ମଧ୍ୟ ମାନସିକ ସ୍ଥିରତା କ୍ଷୁଣ୍ଣ ହେବ । ଅଭାବ ନ ଥିଲେ ମଧ୍ୟ ଅନାବଶ୍ୟକ ଖର୍ଚ୍ଚରୁ ପରିବାରରେ ମତଭେଦ ତୀବ୍ର ହୋଇପାରେ। ସାମାଜିକ ସ୍ତରରେ ସମ୍ପର୍କ ବୃଦ୍ଧି ପାଇଲେ ମଧ୍ୟ ସ୍ବାସ୍ଥ୍ୟଗତ ସମସ୍ୟା ତାହାର ପଥରୋଧ କରିବ। ବ୍ୟବସାୟିକ ଦିଗଟି ଗତାନୁଗତିକ ରୀତିରେ ଗଡ଼ିଚାଲିବ ।

ଧନୁ: ଅସାବଧାନତା କିମ୍ବା ଅନ୍ୟମନସ୍କ ରହିବା ହେତୁ ଅର୍ଥହାନି ଓ ଶରୀର ପୀଡ଼ାରୁ କଷ୍ଟ ପାଇବେ। କର୍ମକ୍ଷେତ୍ର କିମ୍ବା ନିଜ ପରିସରରେ ହେଉ, କର୍ମଦକ୍ଷତାରୁ ପ୍ରତିଷ୍ଠିତ ହେବେ। ଆଗାମୀ ଦିନର ମାଙ୍ଗଳିକ କାର୍ଯ୍ୟ କିମ୍ବା ଆନୁଷ୍ଠାନିକ ସକାଶେ ବନ୍ଧୁଙ୍କ ସହ ଆଲୋଚନା କରିପାରନ୍ତି। ଆଜି ମୂଲ୍ୟବାନ ଜିନିଷ କ୍ରୟ କରିବା ସକାଶେ ଋଣସୂତ୍ରରେ ଅର୍ଥଲାଭ କରିବେ।

ମକର: କାର୍ଯ୍ୟହାନିଜନିତ ମାନସିକ ଦ୍ୱନ୍ଦ୍ୱ ଲାଗି ରହିବା କାରଣରୁ ପ୍ରତ୍ୟେକ କ୍ଷେତ୍ରରେ ସମସ୍ୟାର ସମ୍ମୁଖୀନ ହେବେ। କର୍ମକ୍ଷେତ୍ରରେ ନୂତନ ଦାୟିତ୍ୱ ହାତକୁ ନେଇପାରନ୍ତି। ମନୋରଞ୍ଜନ କାର୍ଯ୍ୟକ୍ରମରେ ନିଜକୁ ନିୟୋଜିତ କରି ସାମୟିକ ଖୁସି ରହିବାର ସୁଯୋଗ ପାଇବେ। ସଭାସମିତି, ମାଲିମକଦ୍ଦମାରେ ସଫଳତା ହାସଲ କରିବେ।

କୁମ୍ଭ: ସମସ୍ୟା ସହ ଲଢ଼େଇ କରି ପରିସ୍ଥିତିର ମୁକାବିଲା କରିବାରେ ସମର୍ଥ ହେବେ। ଯାନ୍ତ୍ରିକ ତ୍ରୁଟି କାରଣରୁ ସାମାନ୍ୟ ବିଳମ୍ବ ହେଲେ ମଧ୍ୟ ଲକ୍ଷ୍ୟସ୍ଥଳକୁ ଯିବାରେ କୌଣସି ଅସୁବିଧା ହେବ ନାହିଁ । ଶିଳ୍ପ, ବାଣିଜ୍ୟ, ଶେୟାର ବଜାର କ୍ଷେତ୍ରରେ ସମସ୍ୟା ଦୂର ହୋଇପାରେ। ନିଜ ନିଜ ଭିତରେ ସମ୍ପତ୍ତିକୁ କେନ୍ଦ୍ରକରି ଟଣାଓଟରା ଦେଖା ଦେଇପାରେ।

ମୀନ: ସାମାନ୍ୟ ବ୍ୟତିକ୍ରମ ମଧ୍ୟରେ ଦିନଟି ଏକପ୍ରକାର ଭଲରେ ଅତିବାହିତ ହେବ। ସହକର୍ମୀମାନଙ୍କ ସୌହାର୍ଦ୍ଦ୍ୟରୁ ସମସ୍ୟାଗୁଡ଼ିକ ଆପଣାଛାଏଁ ସୁଧୁରିଯିବ। ନିକଟ ସମ୍ପର୍କୀୟମାନଙ୍କଠାରୁ ପରାମର୍ଶ ନେବା ଭଲ ହେବ। ଆଜିର ପାରିଶ୍ରମିକ ମନ ଲାଖି ନ ହେବା କାରଣରୁ ମନ ବିଷାଦଗ୍ରସ୍ତ ହୋଇପାରେ ।