ଆଜିର ରାଶିଫଳ – ୦୮ ଜୁନ ୨୦୧୮ (ଶୁକ୍ରବାର)

0

ମେଷ: ଧାର୍ମିକଓ ଆନୁଷ୍ଠାନିକ କାମ କରିବେ। ମଙ୍ଗଳଙ୍କ ଦୁର୍ବଳତା କାରଣରୁ କର୍ମକ୍ଷେତ୍ରରେ ସାଧାରଣ ସମସ୍ୟା ଆସିଲେ ମଧ୍ୟ ତାହାକୁ ଠିକ୍‌ ଭାବରେ ସାମ୍ନା କରିବାର ସାହସ କରିପାରିବେ ନାହିଁ । ବନ୍ଧୁବର୍ଗଙ୍କ ସହ ସାମାନ୍ୟ ତିକ୍ତତା ସୃଷ୍ଟି ହୋଇପାରେ।

ବୃଷ: ନିଜ ରାଶିରେ ତିନୋଟି ଗ୍ରହ ଆପଣଙ୍କ ଚିନ୍ତା, କାର୍ଯ୍ୟ ଓ ସମସ୍ୟା ପ୍ରତି ସଚେତନତା ସୃଷ୍ଟିକରି ଅନୁକୂଳ ପରିସ୍ଥିତି ସୃଷ୍ଟି କରିବେ । ଆଜିର ପ୍ରତ୍ୟୁଷ ଯାତ୍ରାରେ ସଫଳତା ମିଳିବା ସାଙ୍ଗକୁ କାମର ଚାପ ବହୁତ ବଢିଯିବାର ସୂଚନା ରହିଛି। ଦିନଟି ଶିଳ୍ପ, ବାଣିଜ୍ୟ ଓ ବ୍ୟବସାୟ ତଥା ପରିବହନ ସକାଶେ ବହୁତ ଭଲ।

ମିଥୁନ: ଆଜିର ଅନୁକୂଳ ଗ୍ରହସ୍ଥିତି ହେତୁ ଯାହା କରନ୍ତୁ ନା କାହିଁକି କୌଣସି ଅସୁବିଧା ହେବନାହିଁ। ବରଂ ପ୍ରତ୍ୟେକ ପରିସ୍ଥିତିରେ ଭଲ ସମ୍ପର୍କ ଥିବା ବ୍ୟକ୍ତିଙ୍କ ସାହାଯ୍ୟରୁ ଉପକୃତ ହେବେ। କ୍ରୀଡା, କଳା,ସାହିତ୍ୟ, ସଙ୍ଗୀତରେ ଉଚ୍ଚ ସମ୍ମାନ ପାଇପାରନ୍ତି। ଗୃହ ସମସ୍ୟାକୁ ସଜାଡିବାକୁ ଯାଇ ହଇରାଣ ହେବାକୁ ପଡିପାରେ ।

କର୍କଟ: ଆଜି କୌଣସି ନୂତନ କାମ ଆରମ୍ଭ କରିପାରନ୍ତି। ଯେ କୌଣସି କ୍ଷେତ୍ରରେ ହେଉନା କାହିଁକି ବିରୋଧାମତ୍କ ସ୍ବର ଉଠାଇ ପରୋକ୍ଷ ଶତ୍ରୁତାକୁ ଆମନ୍ତ୍ରଣ କରିପାରନ୍ତି । ରାଜନୀତି, କଳା ଓ ସାହିତ୍ୟ, ସଙ୍ଗୀତ ପ୍ରଭୃତିରୁ ସୁଫଳ ପାଇବେ । ବାଣିଜ୍ୟ, ବ୍ୟବସାୟ, ଜମିଜମା, ସଭାସମିତି ଏବଂ ବନ୍ଧୁଙ୍କ ସହ ଆଲୋଚନା ଫଳପ୍ରଦ ହୋଇପାରେ।

ସିଂହ: ମନ ଚାହୁଁଥିଲେ ମଧ୍ୟ କେତେକ କାମ ଅପୂରଣ ରହିଯିବ। ଭଲ ସମ୍ପର୍କ ରହିଥିବା ଓ ଅତି ନିଜର ବୋଲି ଚିନ୍ତା କରୁଥିବା ବନ୍ଧୁଙ୍କ ସହ ମନୋମାଳିନ୍ୟ ଯୋଗୁ ବିଷାଦିତ ରହିପାରନ୍ତି । ବାଣିଜ୍ୟ, ବ୍ୟବସାୟ ଓ ପରିବହନ କ୍ଷେତ୍ରରେ ସମସ୍ୟା ସମାଧାନ ହୋଇଯିବ।

କନ୍ୟା: କୌଣସି ଆଶା ଓ ଅଭିଳାଷ ଅପୂରଣ ରହିବ ନାହିଁ । ନିଜ ପରିସରରେ ପିଲାମାନଙ୍କ ସକାଶେ ଅନ୍ୟମାନଙ୍କ ନିକଟରେ ମୁଣ୍ଡ ନୁଆଁଇବାକୁ ପଡିପାରେ। ବନ୍ଧୁଙ୍କ ଅନୁରୋଧ କ୍ରମେ ଭ୍ରମଣ କାରଣରୁ କ୍ଳାନ୍ତି ଓ ଅବସାଦଜନିତ ସ୍ୱାସ୍ଥ୍ୟହାନିର ସୂଚନା ରହିଛି।

ତୁଳା: ପିଲାମାନଙ୍କ ସମସ୍ୟା ବିଷୟକୁ ନେଇ ଦୁଶ୍ଚିନ୍ତାରେ ମନ ଭଲ ରହି ନ ପାରେ। ସାଧାରଣ ଘଟଣାକୁ କେନ୍ଦ୍ରକରି ବନ୍ଧୁ ସମ୍ପର୍କ ଫିକା ପଡିଯିବ କିମ୍ବା ଯାନବାହନରେ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି। ଅବଶ୍ୟ ଶାରୀରିକ ସ୍ୱାସ୍ଥ୍ୟ ଓ ପାରିବାରିକ ସ୍ଥିତି କେତେକାଂଶରେ ଭଲ ରହିବ।

ବିଛା: ବାକି ରହିଥିବା ଅର୍ଥ କିମ୍ବା କୌଣସି ଜିନିଷପତ୍ର ପାଇବାରେ କଳହର ସମ୍ମୁଖୀନ ହୋଇପାରନ୍ତି। ଅଫିସରେ କିମ୍ବା କର୍ମକ୍ଷେତ୍ରରେ ରହିଥିବା କାରଣରୁ ବହୁତ ଗୁଡ଼ାଏ କାମ ହାତକୁ ନେଇ ବ୍ୟଥିତ ହେବେ ।

ଧନୁ: ବନ୍ଧୁମାନଙ୍କ ସହ ଆଲୋଚନା ଓ ସହଯୋଗରେ ପ୍ରତ୍ୟେକ କାମ ସହଜ ଓ ସୁବିଧାରେ ସମ୍ପନ୍ନ କରିପାରିବେ। ପରିସ୍ଥିତିର ଗୁରୁତ୍ୱ ଉପଲବ୍ଧି କରି ପାରିବାରିକ କ୍ଷେତ୍ରରେ ତର୍କବିତର୍କ କରିବା ଠିକ୍‌ ହେବନାହିଁ। କୌଣସି ମିଥ୍ୟା ଗୁଜବ ଶୁଣି ମନରେ ଆଶଙ୍କା ଜାଗ୍ରତ ହୋଇପାରେ ।

ମକର: ଆଜି ଆପଣ ସୁଖ, ସୁବିଧା ଓ ସମ୍ମାନ, ପ୍ରଶଂସା ପାଇବେ। ଶିଳ୍ପ, ବ୍ୟବସାୟ, ପରିବହନ ଓ ନିର୍ମାଣ କ୍ଷେତ୍ରରେ ସମସ୍ୟା ସମାଧାନରେ ସଫଳ ହେବେ।

କୁମ୍ଭ: ଭାଗ୍ୟ ଓ କର୍ମ ଭାବରେ ଗ୍ରହଙ୍କ ସ୍ଥିତି ପ୍ରତ୍ୟେକ କାମ ସକାଶେ ଅନୁକୂଳ ବାତାବରଣ ସୃଷ୍ଟିକରିବ। କର୍ମଚାରୀଙ୍କ ଦ୍ୱାରା କାର୍ଯ୍ୟ ସାଧନ କରିବେ। ପ୍ରଶାସନିକ ସ୍ତରରେ ଜୋର୍ କରି ଅନ୍ୟମାନଙ୍କ ଠାରୁ ଅର୍ଥ, କାମ, ଆଦାୟ କରିବାରେ ସଫଳ ହେବେ । କର୍ମ କ୍ଷେତ୍ରରେ ସମସ୍ୟା ସମାଧାନରେ ରାସ୍ତା ଖୋଜି ବାହାର କରିବାରେ ସମର୍ଥ ହେବେ।

ମୀନ: ସ୍ୱାସ୍ଥ୍ୟ ସମସ୍ୟା ସାମୟିକ ମନକୁ ବିଚଳିତ କରିପାରେ। ଆନୁଷ୍ଠାନିକ କାମ କିମ୍ବା ଆଲୋଚନା ପରିସରରେ ବନ୍ଧୁଙ୍କ ସହ ମନୋମାଳିନ୍ୟ ଯୋଗୁ ମନ ଭଲ ରହିବ ନାହିଁ। କଳା, ସାହିତ୍ୟ, ସଙ୍ଗୀତ, କ୍ରୀଡା, ଚଳଚ୍ଚିତ୍ର କ୍ଷେତ୍ରରେ ବେଶ୍‌ ଆଦୃତ ହେବେ । ବ୍ୟବସାୟ ଓ ପରିବହନରେ ଆଶାଜନକ ଫଳ ପାଇବେ ।

Leave A Reply

Your email address will not be published.