ନାଗପୁର,୯/୨ : ଆଜିଠୁ ଭାରତ- ଅଷ୍ଟ୍ରେଲିଆ ଟେଷ୍ଟ ସିରିଜ। ୪ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ଶୃଙ୍ଖଳାର ପ୍ରଥମ ମ୍ୟାଚ୍ ନାଗପୁରରେ ଖେଳାଯିବ। ଏହି ଶୃଙ୍ଖଳାକୁ ମୂଳପୋଛ କରି ବିଶ୍ବ ଟେଷ୍ଟ ଚାମ୍ପିଅନ୍ସିପ୍ ଫାଇନାଲକୁ ଯୋଗ୍ୟତା ହାସଲ କରିବା ପାଇଁ ଭାରତ ଲକ୍ଷ୍ୟ ରଖିଛି ।
ଅନ୍ୟପଟେ ଭାରତଠୁ ପ୍ରତିଶୋଧ ନେବା ଲକ୍ଷ୍ୟରେ ରହିଛି ଅଷ୍ଟ୍ରେଲିଆ। ପୂର୍ବ ଦୁଇ ଶୃଙ୍ଖଳାରେ ଦମ୍ଦାର ପ୍ରଦର୍ଶନ ବଳରେ ଭାରତ ବର୍ଡର-ଗାଭାସ୍କର ଟ୍ରଫିକୁ ନିଜ ପାଖରେ ରଖିଛି । ଭାରତ ୨୦୧୮-୧୯ ଏବଂ ୨୦୨୦-୨୧ରେ ଅଷ୍ଟ୍ରେଲିଆକୁ ଘରୋଇ ମାଟିରେ ଚକ୍ମା ଦେଇ ଲଗାତାର ଶୃଙ୍ଖଳା ପରାଜୟ ଦେଇଛି। ତେଣୁ ଭାରତକୁ ତା’ ଘରୋଇ ମାଟିରେ ପରାସ୍ତ କରି ଏଥର ଟ୍ରଫି ଛଡ଼ାଇନେବାକୁ ଅଷ୍ଟ୍ରେଲିଆ ଆଶାବାଦୀ ରହିଛି।
ଅଷ୍ଟ୍ରେଲିଆର ଭାରତ ଗସ୍ତ :
ପ୍ରଥମ ଟେଷ୍ଟ : ଫେବୃଆରୀ ୯ରୁ ୧୩, ନାଗପୁର
ଦ୍ଵିତୀୟ ଟେଷ୍ଟ : ଫେବୃଆରୀ ୧୭ରୁ ୨୧, ଦିଲ୍ଲୀ
ତୃତୀୟ ଟେଷ୍ଟ : ମାର୍ଚ୍ଚ ୧ରୁ ୫, ଧର୍ମଶାଳା
ଚତୁର୍ଥ ଟେଷ୍ଟ : ମାର୍ଚ୍ଚ ୯ରୁ ୧୩, ଅହମ୍ମଦାବାଦ