ଲୋନାବଲା : ମହରାଷ୍ଟ୍ରର ରାୟଗଢ଼ ଜିଲ୍ଲାରେ ବସ୍ ଖାଇରେ ଖସିପଡ଼ିବାରୁ ଅନ୍ୟୂନ ୧୩ଜଣ ଯାତ୍ରୀଙ୍କର ମୃତ୍ୟୁ ଘଟିଥିବା ବେଳେ ୨୫ ଉର୍ଦ୍ଧ୍ବ ଯାତ୍ରୀ ଆହତ ହୋଇଥିବା କଥା ପୁଲିସ କହିଛି। ଏହି ବସ୍ ପୁଣେ-ରାୟଗଢ଼ ସୀମାନ୍ତରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଦୁର୍ଘଟଣା ସମୟରେ ବସ୍ରେ ୪୧ଜଣ ଯାତ୍ରୀ ଥିଲେ। ଏବେ ଘଟଣାସ୍ଥଳରେ ଉଦ୍ଧାର ଅଭିଯାନ ଚାଲିଛି। ରାୟଗଢ଼ ପୁଲିସ ସୁପରିଣ୍ଟେଣ୍ଡେଣ୍ଟ୍ ସୋମନାଥ ଘାର୍ଗେ ଗଣମାଧ୍ୟମକୁ କହିଛନ୍ତି, ରାୟଗଢ଼ର ଖୋପୋଲି ଅଞ୍ଚଳରେ ବସ୍ଟି ଖାଇରେ ପଡ଼ିଯିବାରୁ ୧୩ଜଣଙ୍କର ମୃତ୍ୟ ଘଟିଥିବା ବେଳେ ୨୫ଜଣ ଆହତ ହୋଇଛନ୍ତି। ଉଦ୍ଧାର କାର୍ଯ୍ୟ ଚାଲିଛି।
ଗୌରେଗାଓଁ ଅଞ୍ଚଳର ଗୋଟାଏ ସଂସ୍ଥା ସହିତ ସମ୍ପୃକ୍ତ ଥିବା କିଛି ଲୋକ ପୁଣେରେ ଆୟୋଜନ କରାଯାଇଥିବା କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ଯାଇଥିଲେ। ପୁଣେରୁ ଫେରିବା ବାଟରେ ବସ୍ଟି ଦୁର୍ଘଟଣାଗ୍ରସ୍ତ ହୋଇଛି। ଦୁର୍ଘଟଣାର କାରଣ ଜଣାପଡ଼ିନାହିଁ।
