ଆଡିଲେଡ : ଅଷ୍ଟ୍ରେଲିଆର ଆଡିଲେଡଠାରେ ଚାଲିଥିବା ଭାରତ- ଅଷ୍ଟ୍ରେଲିଆର ଦିନିକିଆ ସିରିଜର ଦ୍ୱିତୀୟ ମ୍ୟାଚରେ ପ୍ରାରମ୍ଭିକ ଖରାପ ପ୍ରଦର୍ଶନ ସତ୍ୱେ ଅଷ୍ଟ୍ରେଲିଆ ଭାରତ ସାମ୍ନାରେ ୨୯୯ ର ବିଜୟ ଲକ୍ଷ ରଖିଛି ।ଅଷ୍ଟ୍ରେଲିଆ ନିର୍ଦ୍ଧାରିତ ୫୦ ଓଭରରେ ୯ଓ୍ଵିକେଟ ହରାଇ୨୯୮ରନ୍ ସଂଗ୍ରହ କରିଥିଲା । ଅଷ୍ଟ୍ରେଲିଆ ପାଇଁ ଶାନ ମାର୍ଶା ୧୩୧ ରନ ଏବଂ ଗ୍ଲେନ ମେକ୍ସୱେଲ ୪୮ ରନ ସଂଗ୍ରହ କରିଥିଲେ । ମାର୍ଶା ୧୨୩ ଟି ବଲର ସାମନା କରି ୧୧ ଟି ଚୌକା ଏବଂ ୩ ଟି ଛକାର ସହାୟତାରେ ୧୩୧ ରନ ସଂଗ୍ରହ କରି ପାରିଥିଲେ । ସେହି ପରି ମେକ୍ସୱେଲ ୩୭ ଟି ବଲର ସାମନା କରି ୫ ଟି ଚୌକା ଏବଂ ଗୋଟିଏ ଛକାର ସହାୟତାରେ ୪୮ ରନ ସଂଗ୍ରହ କରିଥିଲେ ।
ଭାରତ ପକ୍ଷରୁ ସବୁଠାରୁ ମହଙ୍ଗା ସାବ୍ୟସ୍ତ ହୋଇଥିଲେ ମହମ୍ମଦ ସିରାଜ। ସିରାଜ ୧୦ ଓଭରରେ ୭୬ ରନ୍ ବ୍ୟୟ କରିଥିଲେ ମଧ୍ୟ ଗୋଟିଏ ବି ସଫଳତା ପାଇ ପାରି ନ ଥିଲେ।ଅପରପକ୍ଷେ ଭାରତର ସଫଳ ବୋଲର ଭାବେ ଭୁବନେଶ୍ୱର କୁମାର ୧୦ ଓଭର ବୋଲିଂ କରି ୪୫ରନ୍ ବିନିମୟରେ ୪ ଓ୍ଵିକେଟ ଅକ୍ତିଆର କରିଛନ୍ତି।
ବିଶ୍ୱ କ୍ରିକେଟ୍ରେ ଦୁଇ ଲୋକପ୍ରିୟ ଦଳ ମଧ୍ୟରେ ଚାଲିଥିବା ଏହି ତିନି ଟିକିଆ ସିରିଜର ପ୍ରଥମ ମ୍ୟାଚ୍ ଜିତି ଘରୋଇ ଅଷ୍ଟ୍ରେଲିଆ ୧-୦ରେ ଆଗୁଆ ରହିଛି।
Prev Post