ନୂଆଦିଲ୍ଲୀ,୨୬/୧୦ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୋମବାର ସନ୍ଧ୍ୟାରେ ଇଣ୍ଡିଆ ଏନର୍ଜି ଫୋରମ ବା ଭାରତୀୟ ଶକ୍ତି ମଞ୍ଚରେ ଉଦବୋଧନ ଦେଇଛନ୍ତି । ଏହି କାର୍ଯ୍ୟକ୍ରମରେ ମୋଦୀ କହିଛନ୍ତି ଯେ, ଭାରତର ଶକ୍ତି କ୍ଷେତ୍ରରେ ଭବିଷ୍ୟତ ଅତି ଉଜ୍ଜ୍ୱଳ ରହିବ । ଏହା ଉପରେ ଦେଶ ଦ୍ରୁତ ଗତିରେ କାମ କରୁଛି । ଆଗାମୀ କିଚି ବର୍ଷରେ ଭାରତରେ ଶକ୍ତି ଚାହିଦା ଦ୍ୱିଗୁଣା ହୋଇଯିବ । ଭାରତୀୟ ବଜାରକୁ କେହି ନଜରଅନ୍ଦାଜ କରିପାରିବେ ନାହିଁ । ଏହାସହ ମୋଦୀ ସାରା ବିଶ୍ୱର ନିବେଶକଙ୍କୁ ସ୍ୱଚ୍ଛ ଶକ୍ତିରେ ନିବେଶ କରିବା ପାଇଁ ଆହ୍ୱାନ କରିଛନ୍ତି ।
ଭିଡିଓ କନଫରେନ୍ସିଂ ଜରିଆରେ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ପ୍ରଧାନମନ୍ତ୍ରୀ ଆହୁରି କହିଛନ୍ତି ଯେ, ସ୍ୱଚ୍ଛ ଶକ୍ତିରେ ନିବେଶ ପାଇଁ ଭାରତ ସବୁଠାରୁ ବଡ ବିକଳ୍ପ ଭାବେ ଉଭା ହୋଇଛି । ଏନର୍ଜି କରିଡର ପ୍ରତିଷ୍ଠା ପାଇଁ ଯୋଜନା ରହିଛି । ତୃତୀୟ ବୃହତ ଦେଶ ଭାବେ ଭାରତରେ ଘରୋଇ ଶକ୍ତିର ଚାହିଦା ଅଧିକ । ତୈଳ ଓ ଗ୍ୟାସ୍ କ୍ଷେତ୍ରରେ ମଧ୍ୟ ଭାରତ ମହତ୍ତପୂର୍ଣ୍ଣ ଦେଶ । ଅଶୋଧିତ ତୈଳର ଭାରତ ସବୁଠାରୁ ବଡ ଉପଭୋକ୍ତା ଅଟେ ।