କାର ଦୁର୍ଘଟଣାରେ ଆହତ ହେଲେ ଇଣ୍ଡିଆନ ଆଇଡୋଲ ସିଜିନ୍ ୧୨ର ୱିନର ପୱନଦୀପ

0

ନୂଆଦିଲ୍ଲୀ, ୦୫/୦୫ : କାର ଦୁର୍ଘଟଣାରେ ଆହତ ହେଲେ ଇଣ୍ଡିଆନ ଆଇଡୋଲ ସିଜିନ୍ ୧୨ର ୱିନର ପୱନଦୀପ ରାଜନ । ଏହି ଅଘଟଣ ଆଜି ଅହମଦାବାଦ ଠାରେ ଘଟିଛି । ତାଙ୍କୁ ଗୁରୁତର ଭାବେ ଆଘାତ ଲାଗିଛି । ଏପର୍ଯ୍ୟନ୍ତ ତାଙ୍କ ଦୁର୍ଘଟଣା ସମ୍ପର୍କରେ କୌଣସି ସୂଚନା ମିଳିପାରିନାହିଁ । ପାୱନ ସୁସ୍ଥ ହେବା ପରେ ଏହାର କାରଣ ଜଣାପଡିବ ବୋଲି କୁହାଯାଉଛି । ଯେଉଁଥି ପାଇଁ ସିଙ୍ଗରଙ୍କ ଅପେକ୍ଷା କରାଯାଇଛି । କିନ୍ତୁ ସୋସିଆଲ ମିଡିଆରେ ଭାଇରଲ ଭିଡ଼ିଓରେ ପାୱନଙ୍କ ହାତ ଏବଂ ଗୋଡ଼ରେ ଶକ୍ତ ଆଘାତ ଲାଗିଥିବା ଦେଖିବାକୁ ମିଳୁଛି । ଏହା ମଧ୍ୟ ଅନୁମାନ କରାଯାଉଛି ଯେ, ତାଙ୍କର ଗୋଡ ଏବଂ ହାତ ଫ୍ୟାକଚର ହୋଇଛି । ତେବେ ତାଙ୍କ ପ୍ରଶଂସକମାନେ ଆରୋଗ୍ୟ କାମନା କରିଛନ୍ତି ।

Leave A Reply

Your email address will not be published.