ଆଇପିଏଲ -୨୦୨୧ : ଆଜି ଚେନ୍ନଇ ସୁପରକିଙ୍ଗ୍‌ସ ଓ ପଞ୍ଜାବ କିଙ୍ଗ୍‌ସ ମଧ୍ୟରେ ମୁକାବିଲା, ପ୍ରତ୍ୟାବର୍ତ୍ତନ ଲକ୍ଷ୍ୟରେ ଧୋନି

ମୁମ୍ବଇ,୧୬ /୪: ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ) ୨୦୨୧ର ଅଷ୍ଟମ ଲିଗ୍‌ ମ୍ୟାଚରେ ଶୁକ୍ରବାର ପୂର୍ବତନ ଚମ୍ପିଆନ ଚେନ୍ନଇ ସୁପରକିଙ୍ଗ୍‌ସ ସହିତ ପଞ୍ଜାବ କିଙ୍ଗ୍‌ସର ମୁକାବିଲା ହେବ। ଏଥିରେ ଉଭୟ ଦଳ ୨ୟ ମ୍ୟାଚରେ ଅବତ୍ତୀର୍ଣ୍ଣ ହେବେ। ଭାରତୀୟ ଦଳର ପୂର୍ବତନ ଅଧିନାୟକ ୱିକେଟ ରକ୍ଷକ ମହେନ୍ଦ୍ର ସିଂହ ଧୋନି ଚେନ୍ନଇ ସୁପର କିଙ୍ଗ୍‌ସ ଏବଂ ବର୍ତ୍ତମାନର ଦିନିକିଆ ୱିକେଟ ରକ୍ଷକ ଲୋକେଶ ରାହୁଲ ପଞ୍ଜାବ କିଙ୍ଗ୍‌ସର ନେତୃତ୍ବ ନେଉଛନ୍ତି। ପ୍ରଥମ ମ୍ୟାଚରେ ପରାଜିତ ହୋଇଥିବା ଚେନ୍ନଇ ସୁପର କିଙ୍ଗ୍‌ସ ପ୍ରତ୍ୟାବର୍ତ୍ତନ କରିବା ଲକ୍ଷ୍ୟ ରଖିଥିବା ବେଳେ ପଞ୍ଜାବ ବିଜୟ ଧାରାକୁ ଆଗକୁ ବଢାଇବା ଲାଗି ଉଦ୍ୟମ କରିବ।

Comments are closed.