IPL 2023 : ପୂରନଙ୍କ ଝଡରେ ଆରସିବି ଧରାଶାୟୀ

0

ବେଙ୍ଗାଲୁରୁ : ବାଜି ମାରିଲା ଲକ୍ଷ୍ନୌ ସୁପର ଜାଏଣ୍ଟସ୍। ହୃଦ ସ୍ପନ୍ଦନ ବଢାଇ ଦେଉଥିବା ହାଇଭୋଲଟେଜ୍ ମୁକାବିଲାର ଶେଷ ବଲରେ ହେଲା ମ୍ୟାଚର ଫଇସଲା। ଆଉ ଆରସିବିକୁ ଗୋଟିଏ ଓ୍ଵିକେଟରେ ହରାଇଛି ଲକ୍ଷ୍ନୌ। ନିକୋଲାସ ପୂରନଙ୍କ ଝଡ ଆଗରେ ଫିକା ପଡିଲା ବିରାଟ କୋହଲି, ଡୁ ପ୍ଲେସିସ୍ ଏବଂ ମ୍ୟାକ୍ସଓ୍ଵେଲଙ୍କ ବିସ୍ଫୋରକ ଅର୍ଦ୍ଧଶତକ। ୨୧୨ ରନ ସ୍କୋର କରି ବି ପରାଜୟରୁ ବର୍ତ୍ତି ପାରିନି ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ। ପୂରନ ଏବଂ ମାର୍କସ ଷ୍ଟୋଇନିସଙ୍କ ଧୂଆଁଧାର ଅର୍ଦ୍ଧଶତକ ବଳରେ ଲକ୍ଷ୍ନୌ ସଂଘର୍ଷପୂର୍ଣ୍ଣ ମୁକାବିଲାରେ ଏକ ଓ୍ଵିକେଟରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁକୁ ପରାସ୍ତ କରିଛି। ପ୍ରଥମେ ବ୍ୟାଟିଂ କରିଥିବା ଆରସିବି ଡୁପ୍ଲେସିସଙ୍କ ଅପରାଜିତ ୭୯ ରନ, ବିରାଟ କୋହଲିଙ୍କ ୬୧ ରନ ଏବଂ ଗ୍ଲେନ ମ୍ୟାକ୍ସଓ୍ଵେଲଙ୍କ ୫୯ ରନର ବିସ୍ଫୋରକ ଅର୍ଦ୍ଧଶତକ ବଳରେ ୨ ଓ୍ଵିକେଟ୍ ହରାଇ ୨୧୨ ରନ କରିଥିଲା। ଜବାବରେ ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ ନିକୋଲାସ ପୂରନଙ୍କ ଆଇପିଏଲର ଦ୍ଵିତୀୟ ଦ୍ରୁତତମ ଅର୍ଦ୍ଧଶତକୀୟ ୬୨ ରନ ଏବଂ ମାର୍କସ ଷ୍ଟୋଇନିସଙ୍କ ୬୫ ରନ ବଳରେ ୨୦ ଓଭରରେ ୯ ଓ୍ଵିକେଟ୍ ହରାଇ ବିଜୟ ଲକ୍ଷ୍ୟ ହାସଲ କରି ନେଇଥିଲା। ଏଥିସହ ଲକ୍ଷ୍ନୌ ଚତୁର୍ଥ ମ୍ୟାଚରୁ ତୃତୀୟ ବିଜୟ ସହ ପଏଣ୍ଟ ଟେବୁଲର ଶୀର୍ଷକୁ ଉଠିଥିବା ବେଳେ ଅନ୍ୟ ପଟେ ତୃତୀୟ ମ୍ୟାଚରୁ ଦ୍ଵିତୀୟ ପରାଜୟ ଭୋଗିଛି।

 

SBI AD
Leave A Reply

Your email address will not be published.