IPL 2023: ଶେଷ ବଲ୍‌ରେ ଜିତିଲା ମୁମ୍ବାଇ, ଦିଲ୍ଲୀର ଲଗାତାର ୪ର୍ଥ ପରାଜୟ

0

ନୂଆଦିଲ୍ଲୀ: ଆଜି ଆଇପିଏଲରେ ଆଉ ଏକ ରୋମାଞ୍ଚକର ମୁକାବିଲା ଦେଖିବାକୁ ମିଳିଛି। ଅନ୍ତିମ ବଲ୍‌ରେ ହିଁ ମ୍ୟାଚ୍‌ର ଫଇସଲା ହୋଇଛି। ଆଉ ଶେଷରେ ବାଜି ମାରି ନେଇଛି ମୁମ୍ବାଇ ଇଣ୍ଡିଆନ୍ସ। କ୍ରମାଗତ ଦୁଇଟି ପରାଜୟ ପରେ ଚଳିତ ଆଇପିଏଲରେ ପ୍ରଥମ ବିଜୟ ହାସଲ କରିଛି ରୋହି ଶର୍ମାଙ୍କ ଟିମ୍। ଅନ୍ୟପଟେ ପୁଣି ଥରେ ନିରାଶ ହୋଇଛି ଦିଲ୍ଲୀ କ୍ୟାପିଟାଲ୍ସ। ସଂଘର୍ଷପୂର୍ଣ୍ଣ ମୁକାବିଲାରେ ମୁମ୍ବାଇ ୬ ଓ୍ଵିକେଟ୍‌ରେ ଦିଲ୍ଲୀକୁ ପରାସ୍ତ କରିଛି। ଏଥିସହ ଦିଲ୍ଲୀ କ୍ରମାଗତ ଚତୁର୍ଥ ପରାଜୟ ଭୋଗିଛି। ପ୍ରଥମେ ବ୍ୟାଟିଂ କରିଥିବା ଦିଲ୍ଲୀ ଅକ୍ଷର ପଟେଲ୍‌ଙ୍କ ୫୪ ରନ ଏବଂ ଡେଭିଡ୍ ଓ୍ଵାର୍ଣ୍ଣରଙ୍କ ୫୧ ରନ ବଳରେ ୧୯.୪ ଓଭରରେ ୧୭୨ ରନରେ ଅଲଆଉଟ୍ ହୋଇଥିଲା। ଜବାବରେ ମୁମ୍ବାଇ ରୋହିତ ଶର୍ମାଙ୍କ ୬୫ ରନ ଏବଂ ତିଳକ ବର୍ମାଙ୍କ ୪୧ ରନ ବଳରେ ନିର୍ଦ୍ଧାରିତ ୨୦ ଓଭରରେ ୪ ଓ୍ଵିକେଟ୍ ହରାଇ ବିଜୟ ଲକ୍ଷ୍ୟ ହାସଲ କରି ନେଇଛି। ଇଶାନ କିଷନ ୩୧ ରନର ଉପଯୋଗୀ ଇନିଂସ ଖେଳିଛନ୍ତି। ବୋଲିଂରେ ମୁମ୍ବାଇ ପକ୍ଷରୁ ପୀୟୂଷ ଚାଓ୍ଵଲା ଏବଂ ବେହରନଡର୍ଫ ତିନୋଟି ଲେଖାଏଁ ଓ୍ଵିକେଟ୍ ନେଇ ଦଳ ବିଜୟରେ ଉଲ୍ଲେଖନୀୟ ଯୋଗଦାନ ଦେଇଛନ୍ତି।

SBI AD
Leave A Reply

Your email address will not be published.