IPL -2023 : ରାଜସ୍ଥାନ ରୟାଲ୍ସ ଠାରୁ ୩ ୱିକେଟ୍‌ରେ ହାରିଲା ଚେନ୍ନାଇ

ଚେନ୍ନା : ଆଇପିଏଲର ୧୭ତମ ମ୍ୟାଚ୍‌ରେ ଚେନ୍ନାଇ ରାଜସ୍ଥାନ ରୟାଲ୍ସ ଠାରୁ ୩ ୱିକେଟ୍‌ରେ ପରାଜୟ ହୋଇଛି। ଚେନ୍ନାଇର ଚିଦାମ୍ବରମ୍ ଷ୍ଟାଡିୟମରେ ଖେଳାଯାଇଥିବା ମ୍ୟାଚ୍‌ରେ ରାଜସ୍ଥାନ ପ୍ରଥମେ ବ୍ୟାଟିଂ କରି ୧୭୫ ରନ୍‌ କରିଥିଲା। ୧୭୬ ରନ୍‌ ଟାର୍ଗେଟ୍ ନେଇ ବ୍ୟାଟିଂ କରିଥିବା ଚେନ୍ନାଇ ନିର୍ଦ୍ଧାରିତ ୨୦ ଓଭରରେ ୧୭୨ ରନ୍ କରିପାରିଥିଲା। ଶେଷ ପର୍ଯ୍ୟନ୍ତ ବ୍ୟାଟିଂ କରି ଜାଡ଼େଜା ଓ ଧୋନୀ ମ୍ୟାଚ୍‌ ଜିତାଇବାକୁ ଶତ ଚେଷ୍ଟା କରିଥିଲେ ବି ସନ୍ଦୀପ ଶର୍ମାଙ୍କ ଘାତ ବୋଲିଂ ଫଳରେ ଦଳ ପରାଜିତ ହୋଇଛି।

୧୭୬ ରନ୍‌ ଟାର୍ଗେଟ୍ ନେଇ ବ୍ୟାଟିଂ କରିବାକୁ ଆସିଥିବା ଚେନ୍ନାଇ ୩ ଓଭର ଖେଳ ଚାଲିଥିବା ବେଳେ ରୁତୁରାଜ ଗାୟକ୍ୱାଡ଼ଙ୍କ ରୂପରେ ପ୍ରଥମ ୱିକେଟ୍ ହରାଇଥିଲା। ଏହାପରେ ୧୦ ଓଭରରେ ଅଜିଙ୍କ୍ୟ ରାହାଣେଙ୍କ ୱିକେଟ୍ ଖସିଥିଲା। ୧୨ ଓଭର ଖେଳରେ ଶିବମ ଦୁବେଙ୍କ ୱିକେଟ୍ ଯାଇଥିବା ବେଳେ ୧୪ ଓଭରରେ ମୋଈନ ଅଲୀ, ୧୪.୧ ବଲ୍‌ରେ ରାଇଡୁ ୧୫ ଓଭରେ ବେଳକୁ କନୱେଙ୍କ ୱିକେଟ୍ ଯାଇଥିଲା। ରାଜସ୍ଥାନ ରୟଲାଲ୍ସର ଘାତକ ବୋଲିଂରେ ଚେନ୍ନାଇ ସୁପର କିଙ୍ଗ୍ସର ବ୍ୟାଟରମାନେ ସଂଘର୍ଷ କରୁଥିବା ଦେଖିବାକୁ ମିଳିଥିଲା।

ଏହାପରେ ରବୀନ୍ଦ୍ର ଜାଡ଼େଜା ଓ କ୍ୟାପ୍ଟେନ୍ ଧୋନୀ ବ୍ୟାଟିଂ ଜାରି ରଖିଥିଲେ। ଧୋନୀ ବଡ଼ ବଡ଼ ଶଟ୍ ମାରି ଦଳକୁ ଜିତାଇବାକୁ ପୂରା ଜୋର୍ ଲଗେଇ ଦେଇଥିଲେ। ଶେଷ ୨ ଓଭରରେ ମ୍ୟାଚ୍‌ ଜିତିବାକୁ ଟିମ୍‌କୁ ୪୦ ରନ୍‌ର ଆବଶ୍ୟକତା ଥିଲା। ୧୯ ଓଭର୍‌ରେ ଜାଡେଜା ୨ ଛକ୍କା ଓ ଗୋଟିଏ ଚୌକା ମାରି ଦଳର ସ୍କୋରକୁ ଆଗକୁ ନେଇଥିଲେ। ଫଳରେ ଶେଷ ଓଭରରେ ୨୧ ରନ୍‌ର ଆବଶ୍ୟକତା ଥିଲା।

ଶେଷ ଓଭରରେ ଷ୍ଟ୍ରାଇକ୍‌ରେ ଧୋନୀ ଥିବା ବେଳେ ବୋଲିଂ କରିବାକୁ ଆସିଥିଲେ ସନ୍ଦୀପ ଶର୍ମା। ପ୍ରଥମ ଦୁଇଟିଯାକ ବଲ୍ ୱାଇଡ଼ ଫିଙ୍ଗିଥିଲେ। ଏହାପରେ ଗୋଟିଏ ୟର୍କର ଫିଙ୍ଗିଥିଲେ। ଓଭରର ଦ୍ୱିତୀୟ ବଲ୍‌ରେ ଧୋନୀ ଲେଗ୍‌ସାଇଟ୍‌କୁ ଏକ ପାରାଲାଲ୍ ୬ ମାରିଥିଲେ। ଫଳରେ ମ୍ୟାଚ୍‌ ଜିତିବାକୁ ଆଉ ୪ ବଲ୍‌ରେ ୧୩ ରନ୍‌ର ଆବଶ୍ୟକତା ଥିବା ବେଳେ ତୃତୀୟ ବଲ୍‌ରେ ବି ଡିପ୍‌ ମିଡ୍‌ ୱିକେଟ୍‌କୁ ୬ ମାରିଥିଲେ ଧୋନୀ।

ଚତୁର୍ଥ ବଲ୍‌ରେ ସିଙ୍ଗଲ ହୋଇଥିଲା। ପଞ୍ଚମ ବଲ୍‌କୁ ଅଫ୍‌ସାଇଟ୍ ୟୋର୍କର୍ ସାମ୍ନା କରିଥିଲେ ଜାଡ଼େଜା। ଏଥିରେ ମାତ୍ର ୧ ରନ୍ ହୋଇପାରିଥିଲା। ଶେଷ ବଲ୍‌ରେ ମ୍ୟାଚ୍‌ ଜିତିବାକୁ ୫ ରନ୍‌ର ଆବଶ୍ୟକତା ଥିଲା। ଷ୍ଟ୍ରାଇକ୍‌କୁ ଆସିଥିଲେ ଧୋନୀ। ଶେଷ ବଲ୍‌ ବି ୟର୍କର ମାରିଥିଲେ ସନ୍ଦୀପ। ଚେନ୍ନାଇ ଲକ୍ଷ୍ୟ ହାସଲ କରିବାରେ ବିଫଳ ହେବା ସହ ୩ରେ ପରାସ୍ତ ହୋଇଛି।