ଜାଣନ୍ତୁ, ପାଦ ତଳି କୁଣ୍ଡାଇ ହେବା ଦିଏ କି ସଙ୍କେତ

0

ଶରୀର କିଛି ସ୍ଥାନ କୁଣ୍ଡାଇ ହେବା ନିକଟ ଭବିଷ୍ୟତରେ ଘଟିବାକୁ ଥିବା କିଛି ଘଟଣାର ସଙ୍କେତ ଦେଇଥାଏ ବୋଲି ମାନ୍ୟତା ରହିଛି । ସାମୁଦ୍ରିକ ଶାସ୍ତ୍ର ଅନୁସାରେ ହାତ ପାପୁଲି ଓ ପାଦ କୁଣ୍ଡାଇ ହେବା ଆଗାମୀ ଦିନରେ ଘଟିବାକୁ ଥିବା କିଛି ଘଟଣାର ସଙ୍କେତ ଦେଇଥାଏ ।

ସାଧାରଣତଃ ହାତ ପାପୁଲି କୁଣ୍ଡାଇ ହେବା ଧନ ଆଗମନର କିମ୍ବା ଧନ ହାନୀର ସଙ୍କେତ ଦେଇଥାଏ । ହାତର ପାପୁଲି କୁଣ୍ଡାଇ ହେବା ଧନ ଆଗମନର ସୂଚନା ଦେଇଥାଏ ।
ହାତ ଭଳି ଗୋଡ ତଳି କୁଣ୍ଡାଇ ହେବା ମଧ୍ୟ କିଛି ସଙ୍କେତ ଦେଇଥାଏ । ଏହା ଧନ ସହ ମଧ୍ୟ ଜଡିତ । ସାମୁଦ୍ରିକ ଶାସ୍ତ୍ର ଅନୁସାରେ ପାଦ ତଳି କୁଣ୍ଡାଇ ହେବାକୁ ଖାସ୍‌ ବୋଲି କୁହାଯାଏ ।

ଡାହାଣ ପାଦର ତଳି କୁଣ୍ଡାଇ ହେବା ଶୁଭ ସଙ୍କେତ ବୋଲି କୁହାଯାଏ । ଏହାର ଅର୍ଥ ଖୁବ୍‌ ଶୀଘ୍ର ଶୁଭ ଖବର ମିଳିବ । ଧନ ପ୍ରାପ୍ତି ସହ ଚାକିରି- ବ୍ୟବସାୟରେ ଉନ୍ନତି ହେବ । ଦୂର ଯାତ୍ରାର ମଧ୍ୟ ଯୋଗ ରହିଛି । ଏହା ସଫଳତା ମିଳିବାର ମଧ୍ୟ ସଙ୍କେତ ଦେଇଥାଏ ।

ସେହିଭଳି ବାମ ପାଦ ତଳି କୁଣ୍ଡାଇ ହେବା ଶୁଭ ସଙ୍କେତ ନୁହେଁ । ଏହା ଧନହାନୀ ସହ ସତର୍କ ରହିବା ପାଇଁ ସୂଚନା ଦେଇଥାଏ । ଯାତ୍ରାରେ ଅସଫଳତା ମିଳିପାରେ । କୌଣସି ନିର୍ଣ୍ଣୟ ନେବା ପୂର୍ବରୁ ଭାବିଚିନ୍ତି ନିଷ୍ପତ୍ତି ନିଅନ୍ତୁ ।

SBI AD
Leave A Reply

Your email address will not be published.