ଶ୍ରୀଜିଉଙ୍କ ବନକଲାଗି ନୀତି,୪ଘଣ୍ଟା ସାଧାରଣ ଦର୍ଶନ ବନ୍ଦ

0

ପାଖେଇ ଆସୁଛି ରଥ ଯାତ୍ରା , ଧୀରେ ଧୀରେ ତତ୍ପର ହେଲେଣି ପ୍ରଶାସନ ଏବଂ ସେବାୟତ । ମହାପ୍ରଭୁ ଙ୍କ ଆଜି ଶ୍ରୀମନ୍ଦିରରେ ବନକଲାଗି ନୀତି ଅନୁଷ୍ଠିତ ହେବ। ଏହା ଏକ ଗୁପ୍ତ ସେବା ହୋଇଥିବାରୁ ସନ୍ଧ୍ୟା ୫ଟାରୁ ରାତି ପ୍ରାୟ ୯ପର୍ଯ୍ୟନ୍ତ ମହାପ୍ରଭୁଙ୍କ ସାଧାରଣ ଦର୍ଶନ ବନ୍ଦ ରହିବ। ବନକଲାଗି ନୀତି ପରେ ଭକ୍ତମାନେ ମହାପ୍ରଭୁଙ୍କ ଦର୍ଶନ କରିପାରିବେ।
ଏହି ଅବସରରେ ମହାପ୍ରଭୁଙ୍କ ଶ୍ରୀମୁଖକୁ ପ୍ରାକୃତିକ ରଙ୍ଗ ହଂଗୁଳା, ହରିତାଳ, ଧଳା ଓକଳା ରଙ୍ଗରେ ମହାପ୍ରଭୁଙ୍କର ଶ୍ରୀମୁଖ ଶୃଙ୍ଗାର କରାଯାଇଥାଏ। ତେବେ ରାତି ୯ ଟା ପରା ଠାରୁ ଦର୍ଶନ ପାଇଁ ଭକ୍ତମାନେ ଶ୍ରୀମନ୍ଦିର ଯାଇ ପାରିବେ ।

Leave A Reply

Your email address will not be published.