ବେଙ୍ଗାଲୁରୁ: କର୍ଣ୍ଣାଟକରେ ବିଜେପିକୁ ପୁଣି ଏକ ଶକ୍ତ ଝଟ୍କା। ପ୍ରଥମେ ପୂର୍ବତନ ଉପମୁଖ୍ୟମନ୍ତ୍ରୀ ଇସ୍ତଫା ଦେଇ କଂଗ୍ରେସରେ ମିଶିଥିଲେ। ସୋମବାର କର୍ଣ୍ଣାଟକ ବରିଷ୍ଠ ବିଜେପି ନେତା ତଥା ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ ଜଗଦିଶ ସେଟ୍ଟାର କଂଗ୍ରେସରେ ଯୋଗ ଦେଇଛନ୍ତି। ଆଗାମୀ ନିର୍ବାଚନ ଲଢ଼ିବାକୁ ଦଳ ତାଙ୍କୁ ଟିକେଟ୍ ନଦେବାରୁ ସେ କଂଗ୍ରେସରେ ଯୋଗ ଦେଇଛନ୍ତି।
ସୋମବାର ସକାଳେ ବେଙ୍ଗାଲୁରୁର ଦଳୀୟ ଅଫିସ୍ରେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ, କର୍ଣ୍ଣାଟକ କଂଗ୍ରେସ ଅଧ୍ୟକ୍ଷ ଡିକେ ଶିବକୁମାର ଓ ରାଜ୍ୟ କଂଗ୍ରେସ ପ୍ରଭାରୀ ରଣଦୀପ ସୂର୍ଯେୱାଲା, ସିଦ୍ଧରମେୟାଙ୍କ ଉପସ୍ଥିତିରେ ଶେଟ୍ଟାରେ କଂଗ୍ରେସରେ ଯୋଗ ଦେଇଛନ୍ତି। ଏନେଇ ଖୁବଶୀଘ୍ର ମଲ୍ଲିକାର୍ଜୁନ ଖଡ଼ଗେ ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେଇଛନ୍ତି। ତେବେ କଂଗ୍ରେସରେ ଯୋଗ ଦେବା ପୂର୍ବରୁ ସେ କୌଣସି ଦାବି କରି ନାହାନ୍ତି ବୋଲି ଶିବକୁମାର କହିଛନ୍ତି।
ସେ ଦଳର ନୀତି ଆଦର୍ଶ ସହ ରାଜି ହୋଇ କଂଗ୍ରେସରେ ଯୋଗ ଦେଇଛନ୍ତି। ଆମେ ଦେଶକୁ ଏକାଠି କରିବାକୁ ଚାହୁଁଛୁ। କେବଳ କଂଗ୍ରେସ ହିଁ ଏପରି କରିପାରିବ। ”
