ପୁଲିସ ଏନ୍‌କାଉଣ୍ଟରରେ ପୂର୍ବତନ ସାଂସଦଙ୍କ ପୁଅ ନିହତ

0

ଝାନସୀ,୧୩/୪ : ଗ୍ୟାଙ୍ଗଷ୍ଟରରୁ ରାଜନେତା ବନିଥିବା ପୂର୍ବତନ ସାଂସଦ ଅତିକ ଅହମଦଙ୍କ ପୁଅ ଅସଦ ଅହମଦ ଗୁରୁବାର ପୁଲିସ୍ ଏନକାଉଣ୍ଟରରେ ନିହତ ହୋଇଛନ୍ତି। ବହୁ ଚର୍ଚ୍ଚିତ ଉମେଶ ପାଲ ହତ୍ୟା ମାମଲାରେ ପୁଲିସ୍ ତାଙ୍କୁ ଖୋଜୁଥିଲା। ଅସଦ ଅହମଦଙ୍କ ସହିତ ଏହି ମାମଲାର ଆଉ ଜଣେ ଅଭିଯୁକ୍ତ ମହମ୍ମଦ ଗୁଲାମ ମଧ୍ୟ ଏହି ଏନ୍‌କାଉଣ୍ଟରରେ ନିହତ ହୋଇଛନ୍ତି। ଉଭୟଙ୍କ ମୁଣ୍ଡରେ ୫ ଲକ୍ଷ ଟଙ୍କା ଲେଖାଏ ପୁରସ୍କାର ରାଶି ରହିଥିଲା। ଝାନସୀରେ ଉତ୍ତର ପ୍ରଦେଶ ସ୍ପେଶାଲ ଟାସ୍କ ଫୋର୍ସର ଏନ୍‌କାଉଣ୍ଟରରେ ଏହି ଦୁଇ ଜଣ ନିହତ ହୋଇଛନ୍ତି।

ପୁଲିସ୍ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଝାନସୀର ପରିଛା ଡ୍ୟାମ ଅଞ୍ଚଳରେ ଲୁଚିଥିବା ଅସଦ ଓ ଗୁଲାମ ପ୍ରଥମେ ସ୍ପେଶାଲ ଟାସ୍କ ଫୋର୍ସ (ଏସଟିଏଫ) ଉପରକୁ ଗୁଳି ଚଳାଇଥିଲେ। ଏହା ପରେ ଏସଟିଏଫ ପକ୍ଷରୁ ଜବାବ ଦିଆଯାଇଥିଲା। ଆଉ ଏଥିରେ ଅସଦ ଓ ଗୁଲାମଙ୍କ ମୃତ୍ୟୁ ଘଟିଥିଲା। ଏହି ଏନକାଉଣ୍ଟରରେ ମୋଟ ୪୨ ରାଉଣ୍ଡ ଗୁଳି ଫାୟାର ହୋଇଥିଲା। ସେମାନଙ୍କ ଠାରୁ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ସହିତ ନୂଆ ମୋବାଇଲ ଫୋନ ଓ ଅନେକ ସିମ୍ କାର୍ଡ ଜବତ କରାଯାଇଛି।

 

SBI AD
Leave A Reply

Your email address will not be published.