ଭୁବନେଶ୍ବର ୧୭/୦୪ : ପ୍ରବଳ ଗ୍ରୀଷ୍ମ ପ୍ରବାହରେ ଜଳୁଛି ସାରା ଓଡିଶା । ଆଭ୍ୟନ୍ତରରୁ ଉପକୂଳ ସବୁଠି ମୁଣ୍ଡଫଟା ଖରା । ରାଜ୍ୟରେ ସୋମବାର ବି ପ୍ରବଳ ଗ୍ରୀଷ୍ମ ପ୍ରବାହ ଅନୁଭୂତ ହେଉଛି । ସୋମବାର ଦିନ ସାଢେ ୧୧ଟା ସୁଦ୍ଧା ସାରା ରାଜ୍ୟର ପ୍ରମୁଖ ସହରର ତାପମାତ୍ରା ରେକର୍ଡ କରାଯାଇଛି । ଝାରସୁଗୁଡା ସବୁଠୁ ଉତ୍ତପ୍ତ ସହର । ଝାରସୁଗୁଡା ସହରର ତାପମାତ୍ରା ୪୦ ଡିଗ୍ରୀ ଟପିଛି । ଝାରସୁଗୁଡାରେ ସର୍ବାଧିକ ୪୦.୪ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି । ସେହିଭଳି ସମ୍ବଲପୁରରେ ୩୯.୮ ଡ଼ିଗ୍ରୀ, କେନ୍ଦୁଝରରେ ୩୯.୪ ଡ଼ିଗ୍ରୀ, ଭୁବନେଶ୍ୱରରେ ୩୮.୬ ଡିଗ୍ରୀ, ବାଲେଶ୍ୱରରେ ୩୮.୪ ଡ଼ିଗ୍ରୀ, ହୀରାକୁଦରେ ୩୮.୪ ଡ଼ିଗ୍ରୀ, ଚାନ୍ଦବାଲିରେ ୩୭.୬ ଡ଼ିଗ୍ରୀ, ଗୋପାଳପୁରରେ ୩୬ ଡ଼ିଗ୍ରୀ, ପୁରୀରେ ୩୪ ଡ଼ିଗ୍ରୀ, ପାରାଦୀପରେ ୩୨.୨ ଡ଼ିଗ୍ରୀ ତାତି ରେକର୍ଡ ହୋଇଛି ।
