ଖରାଦିନେ ଏସବୁ ସମସ୍ୟାକୁ ଦୂର କରେ କଳାଲୁଣ, ଜାଣନ୍ତୁ ଏହା ବିଷୟରେ…

0

ଖରାଦିନେ ଅନେକ ସ୍ବାସ୍ଥ୍ୟଗତ ସମସ୍ୟା ଦେଖା ଦେଇଥାଏ।ଏଥିରୁ ରକ୍ଷା ପାଇବା ଲାଗି ଅଧିକ ପାଣି ପିଇବାକୁ ପ୍ରାୟ ସମସ୍ତେ ପରାମର୍ଶ ଦେଇଥାନ୍ତି। ତେବେ ଖାଲି ପାଣି ଅପେକ୍ଷା ଖରାଦିନେ ସର୍ବତ ପିଇବାକୁ ସମସ୍ତେ ପସନ୍ଦ କରିଥାନ୍ତି। ଏହି ସର୍ବତରେ କଳା ଲୁଣର ବ୍ୟବହାର ମଧ୍ୟ କରାଯାଇଥାଏ। ଆମ୍ବ, ଲେମ୍ବୁ ଆଦି ସର୍ବତରେ ଏହାର ବିଶେଷ ଚାହିଦା ରହିଥାଏ। ତେବେ ଖରାଦିନର ଦେଖାଯାଉଥିବା କିଛି ସ୍ବାସ୍ଥ୍ୟ ସମସ୍ୟାକୁ କଳାଲୁଣ ଦୂର କରିଥାଏ।

ଜାଣନ୍ତୁ ସେ ସମ୍ପର୍କରେ …

ଏହା ଏକ ଥଣ୍ଡା ଲୁଣ ହୋଇଥାଏ। ଏଥିପାଇଁ ଏହାକୁ ଆୟୁର୍ବେଦ ଉପଚାରରେ ସାମିଲ୍‌ କରାଯାଇଛି।

ପାଚନକ୍ରୟା ଜନିତ ରୋଗୀଙ୍କ ପାଇଁ କଳା ଲୁଣ ଲାଭଦାୟକ ହୋଇଥାଏ। ଏହା ଖରାଦିନେ ପେଟଫୁଲିବା ଆଦି ସମସ୍ୟାରୁ ମୁକ୍ତି ଦେଇଥାଏ।

ଖରାଦିନେ ଅଧିକ ଗରମ ହେଉଥିବାରୁ ଗ୍ୟାସ ଓ ପେଟ ଦରଜ ଭଳି ସମସ୍ୟା ଦେଖାଯାଇଥାଏ। ସର୍ବଦା କଳା ଲୁଣ ପକାଇ ସର୍ବତ ଆଦି ପିଇଲେ ଏସବୁ ସମସ୍ୟା ଦୁର ହୋଇଥାଏ।

Leave A Reply

Your email address will not be published.