କିଡ୍‌ନୀ ସମସ୍ୟା ଦୂରକରେ ତେଜପତ୍ର : ଜାଣନ୍ତୁ ଏହା ବିଷୟରେ

0

ରୋଷେଇରେ ବ୍ୟବହୃତ କିଛି ମସଲାରେ ରହିଥିବା ଔଷଧୀୟ ଗୁଣ ଶରୀରକୁ ସୁସ୍ଥ ରଖିବାରେ ବେଶ୍‌ ସହାୟକ ହୋଇଥାଏ। ସେଥିମଧ୍ୟରୁ ଗୋଟିଏ ହେଲା ତେଜପତ୍ର। ଏଥିରେ ଆଣ୍ଟିଅକ୍ସିଡାଣ୍ଟ, ପୋଟାସିୟମ୍‌, ମାଙ୍ଗାନିଜ୍‌, ସେଲେନିୟମ ଓ ଆଇରନ୍‌ ପ୍ରଚୁର ପରିମାଣରେ ରହିଛି। ଏହା ଖାଦ୍ୟର ସ୍ବାଦ ବୃଦ୍ଧି କରିବା ସହ ଶରୀରକୁ ସୁସ୍ଥ ରଖିବାରେ ସାହାଯ୍ୟ କରିଥାଏ। ଆୟୁର୍ବେଦର ବର୍ଣ୍ଣନା ଅନୁଯାୟୀ ଏହା କିଡ୍‌ନୀ ସମସ୍ୟାକୁ ଦୂରେଇ ଦେବାରେ ସାହାଯ୍ୟ କରିଥାଏ।

କିଡ୍‌ନୀରେ ପଥର ହୋଇଥିଲେ ଜେତପତ୍ରକୁ ପାଣିରେ ସିଝାଇ ଥଣ୍ଡା କରି ପିଇଲେ ଲାଭ ମିଳିଥାଏ। ଏହା ପଥୁରି ରୋଗକୁ ଠିକ୍‌ କରିବା ସହ ଆଉ କିଛି କିଡ୍‌ନୀ ସମସ୍ୟାକୁ ମଧ୍ୟ ଠିକ୍‌ କରିଥାଏ। ଚା’ରେ ତେଜପତ୍ର ପକାଇ ପିଇଲେ ପେଟ ସମସ୍ୟା ଦୂର ହେବା ସହ ହଜମ ଶକ୍ତି ବୃଦ୍ଧି ପାଇଥାଏ। ଏହାସହ କୋଷ୍ଠ କାଠିନ୍ୟ, ଏସିଡିଟି, ପେଟମୋଡିବା ଆଦି ସମସ୍ୟାରୁ ମୁକ୍ତି ମିଳିଥାଏ। ଡାଇବେଟିସ୍‌ ବା ମଧୁମେହ ରୋଗୀଙ୍କ ପାଇଁ ତେଜପତ୍ର ଲାଭଦାୟକ। ଅପସ୍ମାର ବା ମୂର୍ଚ୍ଚା ରୋଗୀଙ୍କ ପାଇଁ ତେଜପତ୍ର ବେଶ ଉପକାରୀ। ତେଜପତ୍ର ଧୂଆଁକୁ ଅପସ୍ମାର ରୋଗୀ ସେବନ କଲେ ଏହା ଠିକ୍‌ ହୋଇଥାଏ। ଯଦି ଶରୀରର କେଉଁ ଅଂଶରେ ଦରଜ ଲାଗୁଛି ତେବେ ତେଜପତ୍ର ବାଟି ମାଲିସ୍‌ କଲେ ଆରାମ ମିଳିଥାଏ।

Leave A Reply

Your email address will not be published.