ଗ୍ୟାଙ୍ଗଷ୍ଟରଙ୍କ ପ୍ୟାଣ୍ଟ ଏବେ ଓଦା ହେଇଗଲାଣି : ଯୋଗୀ ଆଦିତ୍ୟନାଥ

0

ଉତ୍ତର ପ୍ରଦେଶ : ଗ୍ୟାଙ୍ଗଷ୍ଟରରୁ ରାଜନେତା ବନିଥିବା ଅତିକ ଅହମଦ ଓ ଆଉ ୨ ଜଣ ୨୦୦୬ ମସିହା ଉମେଶ ପାଲ ଅପହରଣ ମାମଲାରେ ଦୋଷୀ ସାବ୍ୟସ୍ତ ହେବାର କିଛି ଦିନ ପରେ ବଡ଼ ବୟାନ ଦେଇଛନ୍ତି ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ। କୋର୍ଟଙ୍କ ଦଣ୍ଡାଦେଶ ପରେ ଗ୍ୟାଙ୍ଗଷ୍ଟରମାନଙ୍କ ପ୍ୟାଣ୍ଟ ଓଦା ହୋଇଯାଉଛି। ଯେଉଁ ଗ୍ୟାଙ୍ଗଷ୍ଟରମାନେ ଲୋକଙ୍କ ଧମକ ଦେଇ ଆତଙ୍କ ସୃଷ୍ଟି କରୁଥିଲେ ଓ ଅପହରଣ କରୁଥିଲେ, ଏବେ ସେମାନେ ଛାନିଆ ହୋଇ ଯାଇଥିବା ଯୋଗୀ କହିଛନ୍ତି।

ଗୋଟିଏ ବଟଲିଂ ପ୍ଲାଣ୍ଟର ଭୂମି ପୂଜନ ପରେ ସେ କହିଛନ୍ତି ଯେ “ପୂର୍ବରୁ ଯେଉଁମାନେ ଆଇନ ଶୃଙ୍ଖଳାକୁ ଖାତିର କରୁ ନଥିଲେ, ଏବେ ସେମାନେ ନିଜ ଜୀବନ ବଞ୍ଚାଇବାକୁ ଦୌଡ଼ୁଛନ୍ତି। ଏକଥା ଲୋକମାନେ ବି ଦେଖୁଛନ୍ତି। ଯେତେବେଳେ କୋର୍ଟ ସେମାନଙ୍କୁ ଦଣ୍ଡ ଦେଉଛନ୍ତି, ସେମାନଙ୍କ ପ୍ୟାଣ୍ଟ ଓଦା ହୋଇଯାଉଥିବା ଦେଖାଯାଉଛି। ଲୋକମାନେ ସବୁ କିଛି ଦେଖୁଛନ୍ତି। ଲୋକଙ୍କୁ ଆତଙ୍କିତ କରାଇବା, ଶିଳ୍ପପତିଙ୍କୁ ଧମକ ଦେବା ଓ ବ୍ୟବସାୟୀଙ୍କୁ ଅପହରଣ କରିବା କାମ ମାଫିଆମାନେ କରୁଥିଲେ। କିନ୍ତୁ ଏବେ ସେମାନେ ଭୟଭୀତ ଓ ନିଜ ଜୀବନ ବଞ୍ଚାଇବାକୁ ଲାଗି ପଡ଼ିଛନ୍ତି।”

୨୦୦୫ରେ ବିଏସପିର ତତ୍କାଳୀନ ବିଧାୟକ ରାଜୁ ପାଲଲଙ୍କୁ ହତ୍ୟା କରାଯାଇଥିଲା। ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ ହେଉଛନ୍ତି ଅତିକ ଅହମଦ। ଏହାପରେ ଉମେଶ ପାଲଙ୍କୁ ଅପହରଣ କରାଯାଇଥିଲା। କାରଣ ସେ ରାଜୁ ପାଲ ହତ୍ୟାକାଣ୍ଡର ମୁଖ୍ୟ ସାକ୍ଷୀ ଥିଲେ। ନିକଟରେ ଉମେଶ ପାଲଙ୍କୁ ହତ୍ୟା କରାଯାଇଛି।

SBI AD
Leave A Reply

Your email address will not be published.