ପ୍ରତ୍ୟେକ ଗ୍ରହ ଏକ ନିର୍ଦ୍ଦିଷ୍ଟ ସମୟ ପରେ ଗୋଟିଏ ରାଶିରୁ ଅନ୍ୟ ଏକ ରାଶିକୁ ଚଳନ ବା ରାଶି ପରିବର୍ତ୍ତନ କରିଥାଆନ୍ତି । ଗ୍ରହମାନଙ୍କର ଏହି ଚଳନ ରାଶି ଚକ୍ରରେ ଥିବା ସମସ୍ତ ରାଶି ଉପରେ ପ୍ରଭାବ ପକାଇଥାଏ । ହିନ୍ଦୁ ପୁରାଣ ଓ ଜ୍ୟୋତିଷ ଶାସ୍ତ୍ରରେ ବୃହସ୍ପତିଙ୍କୁ ଦେବମାନଙ୍କର ଗୁରୁ ବା ‘ଦେବ ପୁରୋହିତ’ ବୋଲି କୁହାଯାଏ । ଜ୍ଞାନ, ଭାଗ୍ୟ, ଧନ, ବିବାହ ଏବଂ ସନ୍ତାନର କାରକ ଗ୍ରହ ଭାବେ ମଧ୍ୟ ବିଚାର କରାଯାଏ । ବୃହସ୍ପତିଙ୍କ ଗୋଚର ବା ଚଳନକୁ ଜ୍ୟୋତିଷ ଶାସ୍ତ୍ରରେ ବିଶେଷ ଗୁରୁତ୍ୱ ପ୍ରଦାନ କରାଯାଇଥାଏ ।
ତେବେ ବୈଦିକ ଜ୍ୟୋତିଷ ଶାସ୍ତ୍ରରେ, ଭାଗ୍ୟ, ସମୃଦ୍ଧି ଏବଂ ଜ୍ଞାନର ଗ୍ରହ ବୃହସ୍ପତି, ଯିଏକି ଆସନ୍ତା ୧୪ ଅଗଷ୍ଟ ୨୦୨୬ରେ ନିଜର ଉଚ୍ଚ ରାଶି କର୍କଟ ରାଶିରେ ଉଦିୟ ହେବେ । ବୃହସ୍ପତିଙ୍କ ଉଚ୍ଚ ରାଶିରେ ଏହି ଉଦୟକୁ ଅତ୍ୟନ୍ତ ଦୁର୍ଲଭ ଏବଂ ଅତ୍ୟନ୍ତ ଶୁଭ ବୋଲି ବିବେଚନା କରାଯାଏ । ବୈଦିକ ଜ୍ୟୋତିଷରେ, ଯେତେବେଳେ ବୃହସ୍ପତି ତାଙ୍କ ଉଦୟ ସ୍ଥାନରେ ଥାଆନ୍ତି, ତାଙ୍କର ଶୁଭ ପ୍ରଭାବ ବହୁ ଗୁଣ ବୃଦ୍ଧି ପାଇଥାଏ । ଦ୍ରିକ ପଞ୍ଚାଙ୍ଗ ଅନୁସାରେ, ବୃହସ୍ପତି ୧୪ ଅଗଷ୍ଟ, ୨୦୨୬ରେ କର୍କଟ ରାଶିରେ ଉଦୟ ହେବେ।
କର୍କଟ ରାଶିକୁ ବୃହସ୍ପତିଙ୍କ ଉଚ୍ଚ ରାଶି ଭାବରେ ବିବେଚନା କରାଯାଏ । ବୃହସ୍ପତିଙ୍କ ଉଚ୍ଚ ରାଶିରେ ଉଦୟ ଅତ୍ୟନ୍ତ ଦୁର୍ଲଭ ଏବଂ ଶୁଭ ବୋଲି ଧରାଯାଏ । ତେବେ ଏହା କର୍କଟ ରାଶିରେ ଉଦୟ ହେଲେ ଅନେକ ରାଶିର ଜୀବନରେ ସକାରାତ୍ମକ ପରିବର୍ତ୍ତନ ଆଣିବ ଏବଂ ସେମାନଙ୍କର ଧନ ବୃଦ୍ଧି କରିବ ।
କର୍କଟ : ଆପଣଙ୍କ ରାଶିରେ ବୃହସ୍ପତି ଉଦୟ ହେଉଛନ୍ତି । ଏହି ସମୟ ଆପଣଙ୍କ ପାଇଁ ଆଶୀର୍ବାଦଦାୟକ ହେବ । ଆପଣଙ୍କର ନିଷ୍ପତ୍ତି ନେବାର କ୍ଷମତା ଦୃଢ଼ ହେବ, ଏବଂ ଆପଣଙ୍କ ସମ୍ମାନ ବୃଦ୍ଧି ପାଇବ । ଦୀର୍ଘ ଦିନ ଧରି ଅଟକି ରହିଥିବା ଅର୍ଥ ଫେରସ୍ତ ପାଇବେ ଏବଂ ଆୟର ନୂତନ ଉତ୍ସ ଉଭା ହେବ । ଘରେ କୌଣସି ଶୁଭ ଘଟଣା ଘଟିବା ସହିତ ଧାର୍ମିକ କାର୍ଯ୍ୟ ସମ୍ପନ୍ନ ହେବ ।
ବିଛା : ବିଛା ରାଶିର ଜାତ ବ୍ୟକ୍ତିଙ୍କ ପାଇଁ, ଭାଗ୍ୟ ଘରେ ବୃହସ୍ପତି ଉଦୟ ହେଉଛନ୍ତି । ଆପଣଙ୍କର ଯୋଜନାବଦ୍ଧ କାର୍ଯ୍ୟଗୁଡ଼ିକ ସମୟ ମଧ୍ୟରେ ସମାପ୍ତ ହେବ, ଏବଂ ଭାଗ୍ୟ ସମ୍ପୂର୍ଣ୍ଣ ଭାବର ଆପଣଙ୍କ ସପକ୍ଷରେ ରହିବ । କାର୍ଯ୍ୟକ୍ଷେତ୍ରରେ ପଦୋନ୍ନତି ଏବଂ ବ୍ୟବସାୟରେ ଗୁରୁତ୍ୱପୂର୍ଣ୍ଣ ଆର୍ଥିକ ଲାଭ ହେବାର ସମ୍ଭାବନା ଅଛି । ଧାର୍ମିକ କିମ୍ବା କାର୍ଯ୍ୟ ସମ୍ବନ୍ଧୀୟ ଯାତ୍ରା ସଫଳ ଏବଂ ଲାଭଦାୟକ ପ୍ରମାଣିତ ହେବ ।
ମୀନ : ମୀନ ରାଶିର ଗୁରୁ ସ୍ୱୟଂ ବୃହସ୍ପତି । ବୃହସ୍ପତିଙ୍କ ଏହି ଗୋଚର ସିଧା ପଞ୍ଚମ ଘର ଉପରେ ପ୍ରଭାବ ପକାଇବ । ମୀନ ରାଶିର ଜାତ ବ୍ୟକ୍ତି ନିଜ ସନ୍ତାନମାନଙ୍କଠାରୁ କିଛି ଭଲ ଖବର ପାଇବେ । ସେୟାର ବଜାର କିମ୍ବା ପୁରୁଣା ନିବେଶରେ ଭଲ ଲାଭ ପାଇବାର ସମ୍ଭାବନା ରହିଛି । ପରୀକ୍ଷାରେ ସଫଳତା ସହିତ ଛାତ୍ରଛାତ୍ରୀ ମାନଙ୍କ ପାଇଁ ଏହା ଏକ ସୁବର୍ଣ୍ଣ ସମୟ ହେବ ।