ଭୁବନେଶ୍ୱର : ରାଜ୍ୟର ବିଭିନ୍ନ ସ୍ଥାନରେ ତାତି ସାଙ୍ଗକୁ ଗୁଳୁଗୁଳି ଜାରି ରହିଛି । ଉପକୂଳ ଓଡ଼ିଶାରେ ମଧ୍ୟ ତାତି ଜାରି ରହିଛି । ତାତି ସାଙ୍ଗକୁ ରବିବାର ସାରା ରାଜ୍ୟରେ ଗୁଳୁଗୁଳି ଅସ୍ତବ୍ୟସ୍ତ କରିଛି । ବର୍ତ୍ତମାନ ବଙ୍ଗୋପସାଗରରୁ ଜଳୀୟବାଷ୍ଫପୂର୍ଣ୍ଣ ବାୟୁ ରାଜ୍ୟକୁ ପ୍ରବେଶ କରୁଛି । ଏହାଦ୍ୱାରା କିଛି ସ୍ଥାନରେ ପାଗ ମେଘୁଆ ରହିବା କାରଣରୁ ତାପମାତ୍ରାରେ ସାମାନ୍ୟ ହ୍ରାସ ଘଟିଛି । ହେଲେ ଗୁଳୁଗୁଳି ଲୋକମଙ୍କୁ ଅସ୍ତବେସ୍ତ କରିଦେଲାଣି । ଅଧିକାଂଶ ସ୍ଥାନରେ ଆର୍ଦ୍ରତା ୭୦-୯୦ ପ୍ରତିଶତ ମଧ୍ୟରେ ରହିଥିବା ଯୋଗୁଁ ଏହି ସ୍ଥିତି ଉଦ୍ବେଗ ଜନକ ହୋଇଛି । ଉପୂଳ ଓଡ଼ିଶା ସମେତ ଏହାର ସଂଲଗ୍ନ ଜିଲ୍ଲାଗୁଡ଼ିକରେ ଗୁଳୁଗୁଳିର ଅଧିକ ପ୍ରଭାବ ରହିଥିବା ବେଳେ ୨-୩ ଦିନ ପର୍ଯ୍ୟନ୍ତ ଏହି ସ୍ଥିତି ଜାରି ରହିବା ନେଇ ଆଶଙ୍କା କରାଯାଇଛି ।
ସୋମବାରଠାରୁ ୩ ଦିନ ମଧ୍ୟରେ ରାଜ୍ୟର ବିଭିନ୍ନ ସ୍ଥାନରେ ୨-୩ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ହ୍ରାସ ହେବ ବୋଲି ପାଣିପାଗ କେନ୍ଦ୍ର କହିଛି । ଅଧିକାଂଶ ସ୍ଥାନରେ ଉପର ଓଳି କାଳବୈଶାଖୀ ଆଶଙ୍କା ରହୁଥିବାରୁ ତାପମାତ୍ରା ହ୍ରାସ ହେବ ବୋଲି ପାଣିପାଗ କେନ୍ଦ୍ର କହିଛି ।
ସୋମବାର ରାଜ୍ୟରେ ୪ ଦିନ ବର୍ଷା ନେଇ ଆକଳନ କରିଛି ପାଣିପାଗ ବିଭାଗ । ଘୂର୍ଣ୍ଣିଝଡ ସହ ବର୍ଷା ନେଇ ପୂର୍ବନୁମାନ କରାଯାଇଛି । ସେହିଭଳି ସାମାନ୍ୟରୁ ମଧ୍ୟମଧରଣର ବର୍ଷା ନେଇ ମଧ୍ୟ ଆକଳନ କରାଯାଇଛି । ୧୭ ତାରିଖରେ ୨୦ ଜିଲ୍ଲାରେ ବର୍ଷା ଆଶଙ୍କା ରହିଛି । ୧୮ ତାରିଖରେ ୧୮ ଜିଲ୍ଲାରେ ବର୍ଷାର ସମ୍ଭାବନା ରହିଛି । ୧୯ ତାରିଖରେ ୧୨ ଜିଲ୍ଲାରେ ବର୍ଷା ଆଶଙ୍କା ରହିଛି । ସେହିଭଳି ୨୦ ତାରିଖରେ ୬ ଜିଲ୍ଲାକୁ ବର୍ଷା ସମ୍ଭାବନା ରହିଛି ।
ସୋମବାର ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, ମୟୂରଭଞ୍ଜ, କେନ୍ଦୁଝର, ଢେଙ୍କାନାଳ, ଅନୁଗୁଳ, କନ୍ଧମାଳ, ରାୟଗଡ଼ା, କୋରାପୁଟ ଓ ମାଲକାନଗିରି ଜିଲ୍ଲାରେ କାଳବୈଶାଖୀ ପ୍ରଭାବ ରହିବ । ଏହି ଜିଲ୍ଲାଗୁଡ଼ିକରେ ବିଜୁଳି ଘଡ଼ଘଡ଼ି ସାଙ୍ଗକୁ ବର୍ଷା ଆଶଙ୍କା ଥିବାରୁ ଏହି ଜିଲ୍ଲାଗୁଡ଼ିକ ପାଇଁ ୟେଲୋ ଆଲର୍ଟ ଜାରି କରାଯାଇଛି । ଏହି ସ୍ଥିତି ଜାରି ରହିବାକୁ ଥିବାରୁ ପରବର୍ତ୍ତି ୩ ଦିନ ପାଇଁ ବିଭିନ୍ନ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି ।
