୧୫୦୦ ଭୋଟରେ ହାରିଲେ ଅଭିନେତା କମଲ ହାସନ

ତାମିଲନାଡୁ, ୩/୫: ଦକ୍ଷିଣ କୋଏମ୍ୱାଟୁରରେ ହାରିଛନ୍ତି ଅଭିନେତା କମଲ ହାସନ । ତାଙ୍କର ରାଜନୈତିକ କ୍ୟାରିୟରରେ ସେତେଟା ସଫଳତା ମିଳିପାରିନି । ଗତ ୨୦୧୯ ଲୋକସଭା ଆସନ ନିର୍ବାଚନ ଭଳି ଏଥର ବି କମାଲ କରିପାରଲେନି କମଲ । ବିଜେପି ପ୍ରାର୍ଥୀ ଭାନାଥି ଶ୍ରୀନିବାସନଙ୍କଠାରୁ ୧୫୦୦ ଭୋଟରେ ପରାସ୍ତ ହୋଇଛନ୍ତି ।

ଦକ୍ଷିଣ କୋଏମ୍ୱାଟୁରରେ ଥିବା ମକ୍କାଲ ନିଧି ମୟାମ କେବଳ ଗୋଟିଏ ଆସନରେ ନିଜେ ପ୍ରାର୍ଥୀରୂପେ ଦାବିଦାର ଥିଲେ କମଲ ହାସନ । ଯାହାକି କମଲଙ୍କ ଗଡ କହିଲେ ଅତ୍ୟୁକ୍ତି ହେବ ନାହିଁ । ହେଲେ ଏଠାରେ ତାଙ୍କର ମ୍ୟାଜିକ ନମ୍ୱର କାମ ଦେଇନଥିଲା । ଫଳରେ ବିଜେପି ମହିଳା ମୋର୍ଚ୍ଚା ସଭାପତି ଭାନାଥୀ ଶ୍ରୀନିବାସନର ବିପୁଳ ପରିମାଣର ବିଜୟ ହାସଲ କରିଛନ୍ତି ।

Comments are closed.