ଖରସ୍ରୋତା ବଞ୍ଚାଓ ସଂଗ୍ରାମକୁ ସମର୍ଥନ ଜଣାଇ ବିଧାୟକଙ୍କ କୁଶପୁତ୍ତଳିକା ଦାହ କଲା ବ୍ଲକ କଂଗ୍ରେସ

କେନ୍ଦ୍ରାପଡା,୨୬ /୮: କେନ୍ଦ୍ରାପଡା ଜିଲ୍ଲା ରାଜକନିକା ବ୍ଲକ ଭlରିଗଦାର ବରୁଣlଡ଼ିହ ନିକଟରେ ଭଦ୍ରଜ ଜିଲ୍ଲାକୁ ପାନୀୟ ଜଳଯୋଗାଣ ନେଇ ରାଜ୍ୟ ସରକାର ମେଗା ପାନୀୟ ଜଳ ପ୍ରକଳ୍ପର ଲକ୍ଷ୍ୟ ରଖିଛନ୍ତି l ମାତ୍ର ଏହି ପ୍ରକଳ୍ପ କାର୍ଯ୍ୟ କାରିହେଲେ ରାଜକନିକା ଓ ଆଳି ରପ୍ରକଳ୍ପ ପାଖ ଅଂଚଳ ତଥା ଭିତର କନିକା ଜାତୀୟ ଅଭୟlରଣ୍ୟ ବି ପ୍ରଭାବିତ ହେବା ବୋଲି ସ୍ଥାନୀୟ ପରିବେଶବିତ ଓ ବୁଦ୍ଧିଜୀବୀ ମାନେ ମତରଖନ୍ତି l କିନ୍ତୁ ନିଜ ଅଂଚଳର ସୁରକ୍ଷା ନେଇ ସ୍ଥାନୀୟ ଅଂଚଳର ବୁଦ୍ଧିଜୀବୀମାନେ ଖରସ୍ରୋତା ସଂଗ୍ରାମ ସମିତି ଜରିଆରେ ଆନ୍ଦୋଳନ ଜାରି ରଖିଛନ୍ତି l ରାଜ ନେତା, ସ୍ବେଛାସେବୀ ଓ ବିଭିନ୍ନ ଅଂଚଳର ସଂଗ୍ରାମୀ ମାନେ ଚିନ୍ତା ପ୍ରକଟ କରିଥିଲେ ବି ସମାଧାନ ସୂତ୍ର ବାହାରିପାରିନି l ନା ଜିଲ୍ଲା ପ୍ରଶାସନ ନା ସ୍ଥାନୀୟ ବିଧାୟକ କେହିବି ଏଥି ନେଇ ଚିନ୍ତନ କରୁନାହାଁନ୍ତି l କେହି କେହି ସଂଗ୍ରାମୀ ରାଜ୍ୟ ସରକାର ପାନୀୟ ଜଳ ଆଳରେ ଭଦ୍ରକ ଜିଲ୍ଲା ରେ ଥିବା ଆଦାନୀ କମ୍ପାନୀକୁ ଜଳ ଯୋଗାଣ ର ଲକ୍ଷ୍ୟ ରଖିଥିବl କଥା କୁହନ୍ତି l ଜିଲ୍ଲା କଣ ରାଜ୍ୟ ତଥା ଜାତୀୟ ସ୍ତରୀୟ ନେତା ଓ ସଂଗ୍ରାମୀ ଖରସ୍ରୋତା ବଞ୍ଚାଓ ସଂଗ୍ରାମ ସମିତିକୁ ସମର୍ଥନ ଜଣାଇଛନ୍ତି l ଠିକ ସେହି ଭଳି ଖରସ୍ରୋତା ସଂଗ୍ରାମ ସମିତିର ଆନ୍ଦୋଳନକୁ ସମର୍ଥନ ଜଣାଇ ଆଳି ବ୍ଲକ କଂଗ୍ରେସ ଧୋୟା ଅଂଚଳ ମଧୁବନ ଛକ ଠାରେ ପଥ ପ୍ରାନ୍ତ ସଭା କରିବା ସହିତ ବିଧାୟକଙ୍କ କୁଶପୁତ୍ତଳିକା ଦାହ କରି ବିଭିନ୍ନ ଦାବି ଦୋହରାଇଥିଲେ l

ଆଳିର ବରିଷ୍ଠ କଂଗ୍ରେସ ନେତା ସର୍ବେଶ୍ୱର ସାମଲଙ୍କ ନେତୃତ୍ୱରେ କଂଗ୍ରେସ କର୍ମୀମାନେ ମଧୁବନ ଛକ ଠାରେ ଏକତ୍ରିତ ହୋଇ ପଥ ପ୍ରାନ୍ତ ସଭାରେ ବିଧାୟକ,ରାଜ୍ୟ ସରକାର ଓ ମେଗା ପାନୀୟ ଜଳ ପ୍ରକଳ୍ପ ବିରୋଧୀ ସ୍ଲୋଗାନ ଦେଇଥିଲେ l ସଭାରେ କଂଗ୍ରେସ କର୍ମୀ ମାନେ ପ୍ରଶାସନର ଅବିଚାର ବିରୁଦ୍ଧରେ ବିଭିନ୍ନ ଦାବି ନେଇ ଆଲୋଚନା ରଖିଥିଲେ l ଏପରିକି ମଧ୍ୟ 144 ଧାରା ଉଚ୍ଛେଦ,ଗିରଫ ସଂଗ୍ରାମୀ ମାନଙ୍କୁ ନିଃ ସର୍ଥ ମୂଳକ ଖଲାସ ପୋଲିସ କ୍ୟାମ୍ପ ପ୍ରତ୍ୟାହାର,ଜାମିନୀ ଓ କେଶରେ ସଂଶ୍ଲିଷ୍ଟ ସଂଗ୍ରାମୀ ମାନଙ୍କ ନାମେ ଥିବା କେଶର ପ୍ରତ୍ୟାହାର ଆଦି l ଶେଷରେ ଆଳି ବିଧାୟକ ପ୍ରତାପ କେଶରୀ ଦେବ ଙ୍କ କୁଶ ପୁତ୍ତଳିକା ଦାହ କରିଛନ୍ତି l ଆଗାମୀ ଦିନରେ ପ୍ରଶାସନ କି ପ୍ରକାର ପଦକ୍ଷପ ନେଉଛି ଦେଖିବାକୁ ରହିଲା l