ବର୍ଷା ଓ ବରଫପାତ ଯୋଗୁ କେଦାର ନାଥ ଯାତ୍ରା ପଞ୍ଜିକରଣ ଏପ୍ରିଲ ୩୦ ଯାଏ ବନ୍ଦ

ନୂଆଦିଲ୍ଲୀ : କେଦାର ନାଥରେ ବର୍ଷା ଓ ବରଫପାତ ହେଉଥିବାରୁ ଶ୍ରଦ୍ଧାଳୁଙ୍କ ଯାତ୍ରା ପାଇଁ ହେଉଥିବା ପଞ୍ଜିକରଣ ରଦ୍ଦ କରାଯାଇଛି। ଋଷିକେଶ ଓ ହରିଦ୍ୱାରା ଆସିବାକୁ ହେଉଥିବା ପଞ୍ଜିକରଣକୁ ଏପ୍ରିଲ ୩୦ ପର୍ଯ୍ୟନ୍ତ ରଦ୍ଦ କରାଯାଇଛି ବୋଲି ରବିବାର ସୂଚନା ଦିଆଯାଇଛି।

ଘରୱାଲ ଡିଭିଜନର ଅତିରିକ୍ତ କମିଶନର(ପ୍ରଶାସନ) ଓ ଚାରିଧାମ ଯାତ୍ରା ପ୍ରସାସନ ସଂଗଠନର ଅତିରିକ୍ତ କାର୍ଯ୍ୟକାରୀ ଅଧିକାରୀ ନରେନ୍ଦ୍ର ସିଂହ କେବ୍ରିୟାଲ୍ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ ଖରାପ ପାଗ ଓ ପ୍ରବଳ ବରଫପାତ ଯୋଗୁ ଋିଷି କେଶ ଓ ହରିଦ୍ୱାରରେ ଶ୍ରଦ୍ଧାଳୁଙ୍କ କେଦାର ନାଥ ଯାତ୍ରା ପାଇଁ ହେଉଥିବା ପଞ୍ଜିକରଣକୁ ଏପ୍ରିଲ ୩୦ ଯାଏ ରଦ୍ଦ କରାଯାଇଛି। ସରକାର ପାଣିପାଗା ସ୍ଥିତି ଦେଖି ପରବର୍ତ୍ତି ନିଷ୍ପତ୍ତି ନେବେ ବୋଲି ସେ କହିଛନ୍ତି।

ଅନ୍ୟପଟେ ପାଗ ଖରାପ ଥିବାରୁ ଯେଉଁଯାତ୍ରୀମାନେ କେଦାର ନାଥ ଧାମରେ ପହଞ୍ଚି ସାରିଛନ୍ତି ସେମାନଙ୍କ ପାଇଁ ଗାଇଡ୍‌ଲାଇନ୍‌ ଜାର କରିଛନ୍ତି ଉତ୍ତରାଖଣ୍ଡ ସରକାର। ପାଣିପାଗର ସ୍ଥିତି ଦେଖି ସୁରକ୍ଷତି ଭାବେ ଯାତ୍ରା ଆରମ୍ଭ କରିବାକୁ ରାଜ୍ୟ ସରକାର କହିଛନ୍ତି।