କେନ୍ଦ୍ରାପଡା,୨୮/୮: କେନ୍ଦ୍ରାପଡା ଜିଲ୍ଲା ଆଳି ବ୍ଲକ କଳସପୁର ପଂଚାୟତ ଜେନାବଳି ଗାଁ ରେ ୫ ନମ୍ବର ୱାର୍ଡ ଅଙ୍ଗନ ୱାଡି କେନ୍ଦ୍ରର ନୂତନ ଗୃହ କାର୍ଯ୍ୟ ୨ ବର୍ଷ ହେବ ଶେଷ ହୋଇଛି l ପୂର୍ବରୁ ପୁରୁଣା ସ୍କୁଲ ଗୃହରେ ଅଙ୍ଗନ ୱାଡି କେନ୍ଦ୍ର ପରିଚାଳନା ଉଭୟ କର୍ମଚାରୀ ଓ କୋମଳମତି ଶିଶୁଙ୍କ ପାଇଁ ବିପଦ ମନେ କରି ପ୍ରଶାସନ ଗୃହ କାର୍ଯ୍ୟ ନେଇ ଅନୁଦାନ ରାଶି ଯୋଗାଇଦେଇଥିଲେ l ତଦନୁଯାୟୀ କାର୍ଯ୍ୟ ଶେଷ ହେବାପରେ ବି ସ୍ଥାନୀୟ ଜନୈକ ବ୍ୟକ୍ତି କୌଣସି କାରଣରୁ ତାଲା ପକାଇ ରଖିଛନ୍ତି l ଏନେଇ ପୂର୍ବର ବିପଦ ସଂକୁଳ ଗୃହ ପରିବର୍ତ୍ତେ ଗଛ ମୂଳେ କେନ୍ଦ୍ର ଚଳାଉଛନ୍ତି କର୍ମୀ ଓ ସହାୟିକା l ଦୀର୍ଘ ଦିନ ଧରି ଗୃହ କାର୍ଯ୍ୟ ସାରିଥିଲେ ବି ହସ୍ତାନ୍ତର ନହେବାରୁ ଗ୍ରାମବାସୀ ଚେଇଁଉଠିଛନ୍ତି l ଏନେଇ ସେମାନେ ଆଳି ସାମ୍ମନ୍ୱିତ ଶିଶୁ ବିକାଶ ଅଧିକାରିଣୀଙ୍କୁ ଭେଟି ଅଭିଯୋଗ କରିବା ସହିତ ନଖୋଲିବାର କାରଣ ପଚାରି ବୁଝି ଥିଲେ l କିନ୍ତୁ ତାଲା ପଡ଼ିବାର ସନ୍ତୋଷ ଜନକ ଉତ୍ତର ନପାଇ ଫେରି ଆସିଥିଲେ l ସେପଟେ ଗୃହ କାର୍ଯ୍ୟ ପରେ ହସ୍ତାନ୍ତର ନହେବା ପଛରେ ବିଲ ଅନାଦେୟ ନା ଜବର ଦଖଲ ଏନେଇ ସନ୍ଦେହ ଉପୁଜୁଛି l