କେନ୍ଦ୍ରାପଡା,୩୧/୩ : ରାଜ୍ୟ ସରକାର ମହିଳା ସଶକ୍ତି କରଣ ନେଇ ସମୟାନୁକ୍ରମେ ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରୁଛନ୍ତି l ମିଶନ ଶକ୍ତି ଓ ଓଡିଶା ଜୀବିକା ମିଶନ ଜରିଆରେ ମହିଳା ମାନଙ୍କୁ ଆର୍ଥିକ ସ୍ୱଚ୍ଛଳ କରିବା ସହିତ ସମାଜରେ ପୁରୁଷମାନଙ୍କ ସହିତ ପାଦ ମିଶାଇବାକୁ ସୁଯୋଗ ସୃଷ୍ଟି କରୁଛନ୍ତି l ଅତିତରେ ପିତୃ ଆଳୟ ଓ ଶ୍ୱଶୁରାଳୟର ଚାରିକାନ୍ଥ ମଧ୍ୟରେ ସୀମିତ ରହୁନାହାନ୍ତି ଆଜିର ମହିଳା l ବିଭିନ୍ନ କ୍ଷେତ୍ରରେ ନିଯୁକ୍ତି ସହିତ ରାଜନୈତିକ, ଆର୍ଥିକ ଓ ସାମାଜିକ କ୍ଷେତ୍ରରେ ପୁରୁଷ ମାନଙ୍କ ଠାରୁ ଢେର ଆଗରେ l ଖୁଚୁରା ବିକ୍ରୟ କେନ୍ଦ୍ରରେ ରାସନ ସାମଗ୍ରୀ, ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନ, କୃଷକ ମାନଙ୍କ ଠାରୁ ଧାନ ସଂଗ୍ରହ ଭଳି କାର୍ଯ୍ୟ କ୍ଷେତ୍ରରେ ସାମିଲ ହେଲେଣି l ଏପରିକି ଗାଁ ଓ ପଂଚାୟତ ପୋଖରୀ ନିଲାମ ହାସଲ କରି ସରକାରୀ ସହାୟତା ରେ ମତ୍ସ୍ୟଚାଷ ପାଇଁ ଅଗ୍ରସର ହେଉଛନ୍ତି l l ଯାହାନେଇ ଜିଲ୍ଲାର ବିଭିନ୍ନ ବ୍ଲକ ଭଳି ସଦର କେନ୍ଦ୍ରାପଡା ବ୍ଲକ ସମ୍ମିଳନୀ କକ୍ଷରେ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ ସଭ୍ୟlମାନଙ୍କୁ ବୈଜ୍ଞାନିକ ପଦ୍ଧତିରେ ମାଛ ଚାଷ ନେଇ ପ୍ରଶିକ୍ଷଣ ପ୍ରଦାନ କରାଯାଇଛି l ପ୍ରଶିକ୍ଷଣ ସମୟରେ ପ୍ରଶିକ୍ଷକ ମାନେ ପ୍ରଶିକ୍ଷାର୍ଥୀ ମାନଙ୍କୁ କମଖର୍ଚ୍ଚରେ ମାଛ ଚାଷ କରି ନିଶ୍ଚିତ ଅଧିକ ଲାଭବାନ ନେଇ ପ୍ରଶିକ୍ଷା ପ୍ରଦାନ କରିଥିଲେ l କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ବିଡ଼ିଓ ବନ୍ଦନା ଖଟେଇ,ଡ଼ିଡ଼ିଏଫ ବବିତା ମହନ୍ତ, ଡ଼ିଏଓ ଶଶାଙ୍କ ଶେଖର ସାହୁ ଓ ଜେଡଏମ ସୌରଭ ବିଶ୍ୱାଳ, ବିପିସି ମାମାଲି ବେହେରା ଆଦି ମଂଚାସୀନ ଥିଲେ l ମତ୍ସ୍ୟ ସହାୟକ ରମେଶ ଚନ୍ଦ୍ର ନାୟକ ଶିବିର ପରିଚାଳନା ଜରିଥିବା ବେଳେ ସହଯୋଗୀ ଭାବେ ବିଭାଗୀୟ ସହଯୋଗୀ କର୍ମଚାରୀ ଗାୟତ୍ରୀ ପ୍ରତିହାରୀ, ସାଗର ମିତ୍ର, ଦୀପାନ୍ନ ସ୍ୱାଇଁ ଓ ଦୀପ୍ତି ମହାନ୍ତି ଆଦି ଉପସ୍ଥିତ ଥିଲେ l
