ମିଳିଥିବା ସୂଚନା ଅନୁସାରେ , ବୁଧବାର ରାତିରେ କିନ୍ନରମାନେ ଖଣ୍ଡଗିରି ଗୁମ୍ଫା ନିକଟରେ ଛିଡ଼ା ହୋଇ ଦେହ ବ୍ୟବସାୟ କରୁଥିଲେ। ଏହି ସମୟରେ ଖଣ୍ଡଗିରି ଥାନାର ଏକ ପିସିଆର୍ ଭ୍ୟାନ୍ କିନ୍ନର ଛିଡ଼ା ହୋଇଥିବା ସ୍ଥାନରେ ପହଞ୍ଚିଥିଲା। ଭ୍ୟାନ୍ରୁ ଥାନାର କିଛି କର୍ମଚାରୀ ବାହାରି କିନ୍ନରଙ୍କୁ ଗୋଡ଼ାଇ ଗୋଡ଼ାଇ ପିଟିଥିଲେ। ଭୟରେ କିନ୍ନରମାନେ ଏଣେତେଣେ ଦୌଡିବାକୁ ଲାଗିଥିବା ବେଳେ କିଛି କିନ୍ନର ନାଗାବାବାଙ୍କ ଆଶ୍ରମକୁ ପଶି ଯାଇଥିଲେ। ଏହି ସମୟରେ ବାବା ଶୋଇଥିଲେ। ପୋଲିସ ନଜରରୁ କିନ୍ନରମାନେ ବର୍ତ୍ତିବା ପାଇଁ ଜବରଦସ୍ତ ବାବାଙ୍କୁ କବାଟ କିଳିଦେବାକୁ କହିଥିଲେ। ହେଲେ ବାବା ସେମାନଙ୍କୁ ବିରୋଧ କରିବା ସହ ଆଶ୍ରମରୁ ବାହାରି ଯିବାକୁ କଡ଼ା ତାଗିଦ୍ କରିଥିଲେ। କିନ୍ନରମାନେ କିଛି ନ କହି ରାତିରେ ସେଠାରୁ ଚାଲି ଆସିଥିଲେ।
ହେଲେ ସକାଳୁ କିଛି କିନ୍ନର ବାବାଙ୍କ ଆଶ୍ରମକୁ ଯାଇ ହଠାତ୍ ଭଙ୍ଗାରୁଜା କରିବା ସହ ବାବାଙ୍କୁ ଘେରିଯାଇ ମାଡ ମାରିଥିଲେ। ବାବା ତାଙ୍କୁ ଛାଡିଦେବାକୁ କାକୁତିମିନତି କରିଥିଲେ ହେଁ କିନ୍ନରମାନେ ତାଙ୍କୁ ଉଲଗ୍ନ କରି ପିଟିଥିବା ନାଗାବାବା କହିଛନ୍ତି। ଏନେଇ ସମ୍ପୃକ୍ତ ବାବା ଗୁରୁବାର ସକାଳେ ଖଣ୍ଡଗିରି ଥାନାରେ ଅଭିଯୋଗ କରିଛନ୍ତି। ଅଭିଯୋଗ ପାଇବା ପରେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି। କିନ୍ନରଙ୍କ ଦାଦାଗିରି ଏବେ ଶେଷ ସୀମାରେ ପହଁଚିଥିବା ବେଳେ ପୋଲିସ ପ୍ରଶାସନ ଏଥିପ୍ରତି କଡା କାର୍ଯ୍ୟାନୁଷ୍ଠାନ କରିବା ନେଇ ସାଧାରଣରେ ଚର୍ଚା ଜୋର ଧରିଛି । ଆଗାମୀ ଦିନ ମାନଙ୍କରେ ଯଦି ଏମିତି ଲାଗି ରୁହେ ତେବେ ପ୍ରଶାସନ ଉପରେ ଲୋକଙ୍କ ଅସ୍ତ ତୁଟି ଯିବା ବୋଲି ସ୍ଥାନୀୟ ଅଂଚଳର କିଛି ଜଣ ସାଧାରଣ ପ୍ରକାଶ କରିଛନ୍ତି ।
Next Post