ରୁଦ୍ରାକ୍ଷ ପିନ୍ଧିଛନ୍ତି କି ? ଜାଣନ୍ତୁ କଣ କରିବେ, କେଉଁ କାମରୁ ଦୂରେଇ ରହିବେ

ଭଗବାନ ଶିବଙ୍କ କୃପା ପାଇଁ ରୁଦ୍ରାକ୍ଷ ଧାରଣ କରିବା ପରମ୍ପରା ପୁରୁଣା କାଳରୁ ଚାଲି ଆସୁଛି । ଉଜ୍ଜେନ ଜ୍ୟୋତିଷ ଓ ଶିବମହାପୁରାଣ କଥାକାର ପଣ୍ଡିତ ମନୀଷ ଶର୍ମାଙ୍କ କହିବାନୁଯାୟୀ, ରୁଦ୍ରାକ୍ଷ ଶିବଙ୍କ ଲୁହରୁ ଉତ୍ପନ୍ନ ହୋଇଥିଲା । ପୁରାଣ ଅନୁଯାୟୀ, ଥରେ ଭଗବାନ ଶିବ ଧ୍ୟାନରେ ବସିଥିବା ସମୟରେ ତାଙ୍କୁ ଆଖିରୁ ଲୁହ ଝରିଥିଲା । ଶିବଙ୍କ ଆଖିରୁ ଝରିଥିବା ଏହି ଲୁହ ରୁଦ୍ରାକ୍ଷ ବୃକ୍ଷରେ ପରିଣତ ହୋଇଥିଲା । ରୁଦ୍ରାକ୍ଷ ଏକମୁଖୀରୁ ୨୧ ମୁଖି ଥାଏ ।

ରୁଦ୍ରାକ୍ଷ ଧାରଣ କରିବା ଅତ୍ୟନ୍ତ ଶୁଭ ବୋଲି କୁହାଯାଏ । ଯେଉଁମାନେ ରୁଦ୍ରାକ୍ଷ ଧାରଣ କରନ୍ତି, ସେମାନଙ୍କୁ ଅଧର୍ମ କର୍ମରୁ ଦୁରେଇ ରହିବ ଆବଶ୍ୟକ । ରୁଦ୍ରାକ୍ଷ ଧାରଣ କରୁଥିବା ସାକାହାରୀ ଭୋଜନ କରିବା ଉଚିତ । ମାଂସାହାରୀ ହେବା ଅନୁଚିତ । ଏମାନେ ସମସ୍ତଙ୍କୁ ସମ୍ମାନ କରିବା ଉଚିତ । ଭୁଲରେ ମଧ୍ୟ ମାତାପିତାଙ୍କୁ ଅନାଦର କିମ୍ବା ଅସମ୍ମାନ କରିବା ଅନୁଚିତ । ସର୍ବଦା ମାତାପିତାଙ୍କ ସେବା କରିବା ଉଚିତ । କୌଣସି ପ୍ରକାର ନିଶା ଦ୍ରବ୍ୟ ସେବନ କରିବା ଅନୁଚିତ । ଯେଉଁମାନେ ଏହିସବୁ ନିୟମ ପାଳନ କରିପାରିବେ ନାହିଁ ସେମାନେ ରୁଦ୍ରାକ୍ଷ ଧାରଣ କରିବା ଅନୁଚିତ ।

ରୁଦ୍ରାକ୍ଷ ୩ ପ୍ରକାରର । କିଛି ରୁଦ୍ରାକ୍ଷର ଆକାର ଅଁଳା ଭଳି ଗୋଲ । ଏହି ରୁଦ୍ରାକ୍ଷ ସବୁଠାରୁ ଉତ୍ତମ ବୋଲି ବିଶ୍ୱାସ ରହିଛି । କିଛି ରୁଦ୍ରାକ୍ଷ ବରକୋଳି ଆକାରର ହୋଇଥାଏ । ଏହି ରୁଦ୍ରାକ୍ଷ ମଧ୍ୟମ ଫଳଦାୟୀ ବୋଲି ବିଶ୍ୱାସ ରହିଛି । ତୃତୀୟ ରୁଦ୍ରାକ୍ଷର ଆକାର ଚଣା ଭଳି, ଏହା ସବୁଠାରୁ କମ ଫଳଦାୟୀ ।

ଯଦି ଆପଣ ରୁଦ୍ରାକ୍ଷ ଧାରଣ କରିବାକୁ ଚାହୁଁଛନ୍ତି ତାହେଲେ କିଛି ବିଶେଷ ଜିନିଷ ଉପରେ ଦୃଷ୍ଟି ଦିଅନ୍ତୁ । ଯଦି କୌଣସି ରୁଦ୍ରାକ୍ଷରେ ପୋକ ଲାଗି ଯାଇଥାନ୍ତି କିମ୍ବା ନଷ୍ଟ କରିଦେଇଥାନ୍ତି ତାହେଲେ ତାକୁ ଧାରଣ କରନ୍ତୁ ନାହିଁ । ଯଦି ରୁଦ୍ରାକ୍ଷର କୌଣସି ଅଂଶ ଭାଙ୍ଗି ଯାଇଥାଏ କିମ୍ବା ସମ୍ପୂର୍ଣ ଗୋଲ ନଥାଏ ତାହେଲେ ତାକୁ ମଧ୍ୟ ଧାରଣ କରନ୍ତୁନାହିଁ । ରୁଦ୍ରାକ୍ଷରେ ଛୋଟ ଛୋଟ ଦାନା ଫୁଟି ଉପରକୁ ବାହାରିଥିଲେ ତାହା ଅସଲି ବୋଲି ଜାଣିବେ । ଯେଉଁ ରୁଦ୍ରାକ୍ଷ ମଝିରେ ପୂର୍ବରୁ କଣା ଥାଏ ତାକୁ ଶ୍ରେଷ୍ଠ ବୋଲି ବିଶ୍ୱାସ କରାଯାଏ ।

ଜାଣନ୍ତୁ ରୁଦ୍ରାକ୍ଷ ଧାରଣ କରିବାର ସରଳ ବିଧି :

ଯଦି ଆପଣ ରୁଦ୍ରାକ୍ଷ ଧାରଣ କରିବାକୁ ଚାହୁଁଛନ୍ତି ତାହେଲେ ଏହି ବିଧି ଅନୁଯାୟୀ ଧାରଣ କରନ୍ତୁ । ରୁଦ୍ରାକ୍ଷ ସୋମବାର ଦିନ ଧାରଣ କରିବା ଉଚିତ । ରୁଦ୍ରାକ୍ଷ ସୋମବାର ଦିନ କିଣିବା ଉଚିତ । ସୋମବାର ଛଡା ଅନ୍ୟ ଶୁଭ ଲଗ୍ନରେ ମଧ୍ୟ ରୁଦ୍ରାକ୍ଷ ଧାରଣ କରାଯାଇପାରିବ । ରୁଦ୍ରାକ୍ଷ କିଣିବା ପରେ କୌଣସି ଶିବ ମନ୍ଦିର ଯାଇ ରୁଦ୍ରାକ୍ଷକୁ କଞ୍ଚା କ୍ଷୀର, ପଞ୍ଚାମୃତ, ପଞ୍ଚଗବ୍ୟ କିମ୍ବା ଗଙ୍ଗାଜଳରେ ପବିତ୍ର କରିବେ । ଅଷ୍ଟଗନ୍ଧ, କେଶର, ଚନ୍ଦନ, ଧୂପ-ଦୀପ, ଫୁଲ ଆଦିରେ ଶିବଲିଙ୍ଗ ଏବଂ ରୁଦ୍ରାକ୍ଷକୁ ପୂଜା କରନ୍ତୁ । ଶିବଙ୍କ ମନ୍ତ୍ର ଓଁ ନମଃ ଶିବାୟ ୧୦୮ ଥର ଜପ କରିବେ । ଏହାପରେ ନାଲି ସୁତା, ସୁନା କିମ୍ବା ରୁପାରେ ରୁଦ୍ରାକ୍ଷ ଧାରଣ କରିପାରିବେ । ରୁଦ୍ରାକ୍ଷ ଧାରଣ କରିବା ପରେ ପ୍ରତିଦିନ ସକାଳୁ ଭଗବାନ ଶିବଙ୍କୁ ନିଶ୍ଚୟ ଆରାଧନା କରିବେ । ଶିବଲିଙ୍ଗରେ ତମ୍ବା ଢାଳରେ ଜଳ ଅର୍ପଣ କରିବେ ଓ ଧର୍ମ ଅନୁସାରେ କର୍ମ କରିବା ଉଚିତ ।

Comments are closed.