ଭାରତର ସବୁଠୁ ଧନୀ ମହିଳା କିଏ ? ଜାଣନ୍ତୁ …

0

ମୁମ୍ବାଇ,୨୭/୩ : ବିଶ୍ୱର ଧନୀକଙ୍କ ସୂଚୀରେ ମହିଳା ମଧ୍ୟ କମ୍‌ ନୁହନ୍ତି। ଭାରତ ସମେତ ଆମେରିକା, ଜର୍ମାନୀ, ଇଟାଲୀ ଓ ଅନ୍ୟ ଦେଶରେ ମହିଳା ମଧ୍ୟ ବିଲେନିୟର ସୂଚୀରେ ଅଛନ୍ତି। କେବଳ ଆମେରିକାରେ ୯୨ ଜଣ ମହିଳା ବିଲେନିୟର ଅଛନ୍ତି। ସେହି ଅନୁସାରେ ଚୀନ୍‌ରେ ୪୬, ଜର୍ମାନୀରେ ୩୬, ଇଟାଲୀରେ ୧୬ ଓ ଭାରତରେ ୯ ଜଣ ମହିଳା ବିଲେନିୟର ଅଛନ୍ତି। ତେବେ ଆପଣ ଜାଣନ୍ତିକି ଭାରତର ସବୁଠୁ ଧନୀ ମହିଳା କିଏ ଓ ସେ କଣ କରନ୍ତି? ଯଦି ଜାଣି ନାହାନ୍ତି ତେବେ ଆସନ୍ତୁ ଜାଣିବା।

ତେବେ ଭାରତର ସବୁଠୁ ଧନୀ ମହିଳାଙ୍କ ସମ୍ପର୍କରେ ଜାଣିବା ପୂର୍ବରୁ ଆସନ୍ତୁ ଜାଣିବା ବିଶ୍ୱର ସବୁଠୁ ଧନୀ ମହିଳାଙ୍କ ସମ୍ପର୍କରେ। ଫୋର୍ବସ୍ ବିଲିନେୟର ଇଣ୍ଡେକ୍ସ ଅନୁସାରେ ବିଶ୍ୱର ସବୁଠୁ ଧନୀ ମହିଳା ଫ୍ରାନ୍ସରେ ରୁହନ୍ତି। ଫ୍ରାନ୍ସ ଲ ଓରେଲ କମ୍ପାନୀର ମାଲିକ ଫ୍ରେଙ୍କୋଇସ୍ ବେଟେନକୋର୍ଟ ମେୟର୍ସ ହେଉଛନ୍ତି ବିଶ୍ୱର ସବୁଠୁ ଧନୀ ମହିଳା। ଫ୍ରେଙ୍କୋଇସ୍ ବେଟେନକୋର୍ଟଙ୍କର ମୋଟ ନେଟୱର୍ଥ ୮୫.୯ ବିଲିୟନ ଡଲାର। ଯାହା ଭାରତ ତଥା ଏସିୟାର ସବୁଠୁ ଧନୀ ମୁକେଶ ଅମ୍ବାନୀଙ୍କ ମୋଟ ନେଟୱର୍ଥରୁ ବି ଅଧିକ।

ମୁକେଶ ଅମ୍ବାନୀଙ୍କ ପରେ ଭାରତର ଦ୍ୱିତୀୟ ଧନିକ ହେଉଛନ୍ତି ଗୌତମ ଆଦାନୀ। ତେବେ ଧନୀ ମହିଳା ହେଉଛନ୍ତି ସାବିତ୍ରୀ ଜିନ୍ଦଲ ଓ ସେ ଓ.ପି. ଜିନ୍ଦଲଙ୍କ ପତ୍ନୀ। ୨୦୦୫ ମସିହାରେ ଓ.ପି.ଜିନ୍ଦଲଙ୍କର ଏକ ହେଲିକପ୍ଟର ଦୁର୍ଘଟଣାରେ ମୃତ୍ୟୁ ହୋଇଥିଲା। ସେବେଠାରୁ ତାଙ୍କ କାରବାର ପତ୍ନୀ ସାବିତ୍ରୀ ଜିନ୍ଦଲ ଚଳାଇ ଆସୁଛନ୍ତି। ତେବେ ସାବିତ୍ରୀ ଜିନ୍ଦଲ ତାଙ୍କ ୪ ପୁଅଙ୍କ ମଧ୍ୟରେ ସମସ୍ତ କାରବାର ବାଣ୍ଟି ଦେଇଛନ୍ତି। ହେଲେ ବଡପୁଅଙ୍କ କାରବାର ସେ ନିଜେ ବୁଝାସୁଝା କରନ୍ତି।

ସାବିତ୍ରୀ ଦେବୀଙ୍କ ସବା ସାନପୁଅ ହେଉଛନ୍ତି ନବୀନ ଜିନ୍ଦଲ। ସାବିତ୍ରୀ ଜିନ୍ଦଲ ଓ ତାଙ୍କ ଫ୍ୟାମିଲିର ମୋଟ ନେଟୱର୍ଥ ଫୋର୍ବସ୍ ସୂଚୀ ଅନୁସାରେ ୧୬.୪ ବିଲିୟନ ଡଲାର( ୧୩,୫୦୪କୋଟି ଟଙ୍କା) ଏହି ପରିବାର ବିଶ୍ୱର ଧନୀକଙ୍କ ସୁଚୀର ୧୦୧ତମ ସ୍ଥାନରେ ଅଛନ୍ତି। ତାଙ୍କ କମ୍ପାନୀ ଷ୍ଟିଲ, ଇନଫ୍ରାଷ୍ଟ୍ରକ୍ଚର, ବିଦ୍ୟୁତ ଓ ସିମେଣ୍ଟ ବ୍ୟବସାୟ କରୁଛନ୍ତି।

SBI AD
Leave A Reply

Your email address will not be published.