ନଭେମ୍ବରରୁ ବିନା ଓଟିପିରେ ମିଳିବନି ଏଲପିଜି ଗ୍ୟାସ ସିଲିଣ୍ଡର

ନୂଆଦିଲ୍ଲୀ, ୨୬/୧୦ : ନଭେମ୍ବର ପହିଲାରୁ ବିନା ଓଟିପିରେ ଏଲପିଜି ସିଲିଣ୍ଡର ଗ୍ୟାସ ମିଳିବନି ବୋଲି ସରକାରୀ ତୈଳ କମ୍ପାନୀ ନୂଆ ନିୟମ ଲାଗୁ କରିବାରୁ ଯାଉଛି । ସୂଚନା ଅନୁସାରେ, ଏବେ କେବଳ ଫୋନରେ ଅର୍ଡର ବୁକ୍ କରିବା ଦ୍ୱାରା ହିଁ ସିଲିଣ୍ଡର ଡେଲିଭରି ହେବନି।

ସିଲିଣ୍ଡର ଚୋରି ହେଉଥିବା ଗ୍ୟାସ୍, ସିଲିଣ୍ଡର ଚୋରି ରୋକିବା ଓ ପ୍ରକୃତ କଷ୍ଟମରଙ୍କୁ ଚିହ୍ନଟ କରିବା ପାଇଁ ଲାଗୁ କରାଯାଇଛି। ତୈଳ କମ୍ପାନୀ ଏଲପିଜି ସିଲିଣ୍ଡରର ନୂଆ ଡେଲିଭରି ସିଷ୍ଟମ ଲାଗୁ କରିବାକୁ ଯାଉଛନ୍ତି। ଏହି ସିଷ୍ଟମରେ ଏବେ କେବଳ ବୁକିଂ କରିବାରେ କାମ ଚଳିବନି।

ତୈଳ କମ୍ପାନୀ ନୂଆ ସିଷ୍ଟମକୁ ଅଥଣ୍ଟିକେସନ୍ କୋଡ୍(ଡିଏସି) ସହିତ ଯୋଡିବାର ଯୋଜନା କରୁଛନ୍ତି। ଏଥିରେ ସିଲିଣ୍ଡର ବୁକିଂ କରିବା ନେଇ ଆପଣଙ୍କ ରେଜିଷ୍ଟର୍ଡ ମୋବାଇଲ ନମ୍ବର ଉପରେ ଏକ କୋଡ୍ ଆସିବ। ଏହି କୋଡ୍ ସିଲିଣ୍ଡର ଡେଲିଭରି କରିବା ସମୟରେ ଡେଲିଭରି ବୟକୁ ଦେବାକୁ ହେବ। ଯେଉଁ ପର୍ଯ୍ୟନ୍ତ ଏହି କୋଡ ନଆସିବ ସେ ପର୍ଯ୍ୟନ୍ତ ଡେଲିଭରି ପୁରା ହେବନାହିଁ ଓ ଷ୍ଟାଟସ୍ ପେଣ୍ଡିଂ ରହିବ।

ଯଦି ଆପଣଙ୍କ ମୋବାଇଲ ନମ୍ବର ଗ୍ୟାସ୍ ବିକ୍ରେତା ଏଜେନ୍ସିଙ୍କ ପାଖରେ ରେଜିଷ୍ଟର୍ଡ ନାହିଁ କିମ୍ବା ନମ୍ବର ବଦଳି ଯାଇଛି ତେବେ​‌ ଡେଲିଭରି କରିଛନ୍ତି ତେବେ ଏହାକୁ ଅପଡେଟ୍ କରିପାରିବେ। ଏଥିପାଇଁ ଡେଲିଭରି ବୟଙ୍କୁ ଏକ ଆପ୍ ସୁବିଧା ଦିଆଯିବ। ଡେଲିଭରି କରିବା ସମୟରେ ଆପଣ ସେହି ଆପ୍ ସାହାଯ୍ୟରେ ନିଜର ମୋବାଇଲ ନମ୍ବର ଡେଲିଭରି ବୟକୁ ଅପଡେଟ୍ କରିପାରିବେ। ଆପ୍ ଜରିଆରେ ରିୟଲ ଟାଇମ୍ ବେସିସରେ ମୋବାଇଲ ନମ୍ବର ଅପଡେଟ୍ ହୋଇଯିବ। ଏହାପରେ ସେହି ନମ୍ବର କୋଡ୍ ମଧ୍ୟ ଜେନରେଟ୍ କରିବାର ସୁବିଧା ରହିବ।

ତେଲ କମ୍ପାନୀ ଏହି ନୂଆ ଡେଲିଭରି ସିଷ୍ଟମ ପରୀକ୍ଷଣ ଭାବେ ୧୦୦ ସ୍ମାର୍ଟ ସିଟିରେ ଲାଗୁ କରିବେ। ଏହା ପାଇଲଟ୍ ପ୍ରୋଜେକ୍ଟ ଭାବରେ କାମ କରିବ। ଧୀରେ ଧୀରେ ଦେଶର ଅନ୍ୟ ଭାଗରେ ମଧ୍ୟ ଏହି ସିଷ୍ଟମ ଲାଗୁ କରାଯିବ।

ବର୍ତ୍ତମାନ ସମୟରେ ଦୁଇଟି ସହରରେ ଏହି ସିଷ୍ଟମ ପାଇଲଟ୍ ପ୍ରୋଜେକ୍ଟ ଭାବରେ ଚାଲିଛି। ନୂଆ ସିଷ୍ଟମ କେବଳ ଘରୋଇ ଗ୍ୟାସ୍ ସିଲିଣ୍ଡରରେ ଲାଗୁ ହେବ। କମର୍ସିଆଲ ସିଲିଣ୍ଡରକୁ ଏହାଠାରୁ ଅଲଗା ରଖାଯିବ।