ମହାକାଳପଡ଼ା ,୧୩/୭: (କେଶବ ଚରଣ ନାଥ ) କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ଥାନା ଅଧିନସ୍ଥ ଦେଉଳିପଡ଼ା ପଂଚାୟତ ବାଙ୍କୀଛନ୍ଦା ଗାଁ ରେ ବେଆଇନ ରନ୍ଧା ମଦ କାରବାର ନେଇ ମହାକାଳପଡ଼ା ପୋଲିସ ଟିମ ଶନିବାର ଦିନ ଚଢ଼ାଉ କରି ଅଳ୍ପ କେତେ ବୋତଲ ରନ୍ଧା ଦେଶୀ ମଦ ଜବତ କରିଥିଲା I ମାତ୍ର ବେଆଇନ ମଦ ବେପାରୀ ବେପାରରୁ କ୍ଷାନ୍ତ ନ ହୋଇ ମଦ କାରବାରରେ ଲିପ୍ତ ରହୁଥିବା ବେଳେ ଆଜି ଅବକାରୀ ଟିମ ଚଢ଼ାଉ କରି କଇଁନା ବେହେରା ଘରୁ ଚାଳିଶି ଲିଟର ଦେଶୀ ମଦ ଜବତ କରିଛି I ଏପରିକି ତାଙ୍କ ଘରୁ ଗଛିତ କଞ୍ଚା ମାଲ ଜବତ କରିବା ସହିତ ଗ୍ରାମସ୍ଥ ପଡୋଶୀମାନେ ବି ବେଆଇନ ଦେଶୀ ମଦ ବେପାର କରୁଥିବାର ସୂଚନା ପlଇବା ପରେ ଚଢ଼ାଉ ଟିମର ମୁଖ୍ୟ ଅଶାନ୍ତି ପ୍ରକଟ କରିଥିଲେ I ମଦ ଜବତ କରିଥିବା ପରିବାରକୁ ଆଗାମୀ ଦିନରେ ଦେଶୀ ମଦ ବେପାର ଜାରି ରଖିଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଚେତାବନୀ ଦେଇଛନ୍ତି I ସମ୍ପୃକ୍ତ ଗାଁରେ ଜନବସତି ଭିତରେ କିଛି ଦିନ ହେବ ପ୍ରତିଦ୍ୱନ୍ଦିତା ଭାବେ ଖୁଲମ ଖୁଲା ବେଆଇନ ଦେଶୀ ମଦ କାରବାର ଚାଲିଥିବା ବେଳେ ପୋଲିସ ଓ ଅବକାରୀ ବିଭାଗୀୟ ଅବହେଳା ନେଇ ସାଧାରଣରେ ନିନ୍ଦା ପ୍ରକାଶ ପାଉଛି I