ଦୁଇ ଜଣ ଇଞ୍ଜିନୟରଙ୍କ ମୃତ୍ୟୁ ପରେ ଚେତିଲା ପ୍ରଶାସନ, ପେଣ୍ଠ ବେଳାଭୂମିରେ ପୋଲିସର କଡା ପ୍ରହରା, ସାଙ୍ଗକୁ ସ୍ଥାନୀୟ ସ୍ବେଛାସେବୀଙ୍କ ସଚେତନତା

କେନ୍ଦ୍ରାପଡା,୨୪ /୧୧- (କେଶବ ଚରଣ ନାଥ ) : କେନ୍ଦ୍ରାପଡା ଜିଲ୍ଲାର ପ୍ରସିଦ୍ଧ ପର୍ୟ୍ୟଟନ ସ୍ଥଳୀ ଭାବେ ଜଣା ଶୁଣା ରାଜନଗର ବ୍ଲକ ଭିତରକନିକାର ପ୍ରାକୃତିକ ଦୃଶ୍ୟ ପର୍ଯ୍ୟଟନ ଋତୁରେ ପର୍ଯ୍ୟଟକଙ୍କୁ ମୋହରା କରିଥାଏ । ମାତ୍ର ପ୍ରଶାସନ ପର୍ୟ୍ୟଟନ ସ୍ଥଳୀକୁ ଆସୁଥିବା ପର୍ଯ୍ୟଟକମାନଙ୍କ ସୁରକ୍ଷା ପ୍ରତି ଦୃଷ୍ଟି ନଦେବାରୁ ପର୍ଯ୍ୟଟକମାନଙ୍କୁ ବିପଦର ସମ୍ମୁଖୀନ ହେବାକୁ ପଡୁଛି । ପ୍ରଶାସନିକ ଅବହେଳାରୁ ଭିତରକନିକାର ପେଣ୍ଠ ସମୁଦ୍ର ବେଳାଭୂମିରେ ସମୁଦ୍ରର ଅନ୍ତଃସ୍ରୋତ ଚଳିତ ମାସରେ ୨ ଇଞ୍ଜିନୟରଙ୍କ ଜୀବନ ନେଇଛି । ନଭେମ୍ବର ପ୍ରଥମ ସପ୍ତାହରେ ଯାଜପୁର ଜିଲ୍ଲା ଜରି ଗାଁର ଗୌରବ ରଥ ସାଙ୍ଗ ଛାତ୍ର ମାନଙ୍କ ସହିତ ପିକନିକ କରିବାକୁ ଯାଇ ମୃତ୍ଯୁମୁଖରେ ପଡ଼ିଥିଲେ । ଏହି ଘଟଣାର ୧୫ ଦିନପରେ ପଟ୍ଟାମୁଣ୍ଡାଇ ଥାନା ଅଂଚଳର ସତ୍ୟଜିତ ବାଇଙ୍କର ମଧ୍ୟ ସମାନ ଘଟଣା ଘଟିଛି । ବାହାରେ ଚାକିରୀ କରୁ ଥିବା ସତ୍ୟଜିତ ଘରକୁ ଫେରିବା ପରେ ସାଥି ମାନଙ୍କ ସହିତ ପେଣ୍ଠ ବେଳାଭୂମିକୁ ବୁଲି ଯାଇ ଜୀବନ ହାରିଥିଲେ । ଗୋଟିଏ ମାସରେ ୨ ଟି ଅଘଟଣ ପରେ ପ୍ରଶାସନ ଚେଇଁ ଉଠିଲା ଭଳି ଜିଲାପାଳଙ୍କ ସୂଚନାକ୍ରମେ ବେଳାଭୂମିରେ ୧୪୪ ଧାରା ଜାରିକରିଥିଲେ । ଆଉ ସ୍ଥାନୀୟ ପୋଲିସର କଡା ପ୍ରହରlର ବ୍ୟବସ୍ତା କରାଇଥିଲେ । ଏତଦ ବ୍ୟତୀତ ସ୍ଥାନୀୟ ବିଡ଼ିଓ ୧୦ ଜଣ ସ୍ଥାନୀୟ ସ୍ବେଛାସେବୀଙ୍କୁ ପର୍ଯ୍ୟଟକଙ୍କୁ ସଚେତନ ପାଇଁ ବ୍ୟବସ୍ଥା କରିଛନ୍ତି ।ଏପରିକି ସମୁଦ୍ର ପାଣିରେ ଗୋଡ଼ ବୁଡ଼ାଇଲେ ଜୋରିମାନାସହିତ ଆଇନ ଅନୁଯାୟୀ ଦଣ୍ଡର ଵିଧି ଜାରିକରିଛନ୍ତି ।