ମହାକାଳପଡ଼ା,୩୧ /୩ : କେନ୍ଦ୍ରାପଡା ଜିଲ୍ଲାର ମହାକାଳପଡ଼ା ବ୍ଲକ ଅନ୍ତର୍ଗତ ବିଜୟ ନଗର ପ୍ରାଥମିକ କୃଷି ସମବାୟ ସମିତିରେ ଘଟିଛି ଅଭାବନୀୟ ଘଟଣା l ସମିତି ଅଧୀନ ବିଜୟନଗର ରାଜସ୍ବ ଗ୍ରାମର ଚାଷୀ ଉମାକାନ୍ତ ଦାସ ଜାନୁୟାରୀ ମାସରେ ସାଧାରଣ କିସମ ଓ ଏଫଏକ୍ୱିଉ ମାନର 50ବସ୍ତା ଖରିଫ ଧାନ ସମିତି କୁ ବିକ୍ରୟ କରିଥିଲେ l ବିକ୍ରୟ ଧାନ ବାବଦ ଚାଷୀଙ୍କ ବରୋଦା ବ୍ୟାଙ୍କ, ପଟ୍ଟାମୁଣ୍ଡାଇ ଶାଖା ଆକାଉଣ୍ଟ 342181000041140କୁ ଟ.50,816/- ପ୍ରଦାନ କରାଯିବାର ଥିଲା l ମାତ୍ର ସମିତି କର୍ତ୍ତୃପକ୍ଷ ଙ୍କ ଅବହେଳାରୁ ପଞ୍ଜିକରଣ ଓ ଟୋକନ ପ୍ରଦାନ ସମୟରେ ଚାଷୀଙ୍କ ର ଆକାଉଣ୍ଟ ନମ୍ବର 342181000081140 ଲିପିବଦ୍ଧ ହୋଇଥିବାରୁ, ଏହି ଭୁଲ ଆକାଉଣ୍ଟରେ ଧାନ ଟଙ୍କl କ୍ରେଡିଟ ହୋଇଛି l ବହୁ ବିଳମ୍ବ ହେବାରୁ ଚାଷୀ ଏକାଧିକ ବାର ସମିତିକୁ ଯାଇ ସନ୍ତୋଷ ଜନକ ଉତ୍ତର ନପାଇ ନିରାଶ ହୋଇ ଫେରିଥିବାର ଗଣ ମାଧ୍ୟମକୁ କହିଛନ୍ତି l
ନୂଆ ଖରିଫ ଚାଷ ନେଇ ସରକାରି ସ୍ତରରେ ପ୍ରକ୍ରିୟା ର ଅୟମ ଆରମ୍ଭ ହେବାକୁ ଯାଉଥିବା ବେଳେ ପୁରୁଣା ଖରିଫ ଧାନ ବିକି ପଇସା ଅପେକ୍ଷାରେ ଚାଷୀ l ଏଭଳି ଏକ ସମ୍ବେଦନଶିଳ ଘଟଣା ପ୍ରତି ସମବାୟ ବିଭାଗୀୟ କର୍ମଚାରୀ ତପ୍ତରତା ନଦେଖାଇବାରୁ ଚାଷୀ ଉମାକାନ୍ତ ବୁଧବାର ଦିନ ଜିଲ୍ଲାନିବନ୍ଧକ ସମବାୟ ସମିତି ସନ୍ତୋଷ କୁମାର ଦାସ ଙ୍କୁ ସାକ୍ଷାତ କରି ଅଭିଯୋଗ କରିଛନ୍ତି l ଅଭିଯୋଗ ପାଇବା ପରେ ଜିଲ୍ଲା ଯୋଗାଣ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରି ସମସ୍ୟାର ସମାଧାନ କରାଯିବ ବୋଲି ଜିଲ୍ଲା ନିବନ୍ଧକ ଶ୍ରୀଦାସ ଚାଷୀ ଓ ଗଣମାଧ୍ୟମକୁ ଉତ୍ତର ରଖିଥିଲେ l ଧାରକରଜ କରି ଚାଷ କରିଥିବା ଚାଷୀ ଧାନ ଅମଳ ପରେ ହାତ ଉଧାରୀ ଶୁଖି ଆଗାମୀ ଚାଷ ନେଇ ପ୍ରସ୍ତୁତି ହେବାର କଥା l ମାତ୍ର ସମବାୟ ବିଭାଗୀୟ କର୍ମଚାରି ଙ୍କ ଜ୍ଞାତରେ ହେଉ ବା ଅଜ୍ଞାତ ରେ ହୋଇଥିବା ତ୍ରୁଟି ବିଗତ ଦୁଇ ମାସ ମଧ୍ୟରେରେ ସୁଧାର ନଆସିବାରୁ ଉମାକାନ୍ତ ଙ୍କ ପରିବାର ପାଇଁ ସମସ୍ୟା ସୃଷ୍ଟି ହୋଇଛି l ସମବାୟ ବିଭାଗୀୟ ଜର୍ମଚାରୀ ମାନଙ୍କ ଖାମଖିଆଲି ମନୋଭାବ ଯୋଗୁ ଉମାକାନ୍ତ ଙ୍କ ଭଳି ଅନେକ ଚାଷୀ ବିଭିନ୍ନ କୃଷି ସମିତିରେ ଡେ ବାଇ ଡେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି l ଏଥି ପ୍ରତି ବିଭାଗୀୟ ପଦାଧିକାରୀମାନେ ସତର୍କ ଦୃଷ୍ଟି ରଖିଲେ ଏଭଳି ସମସ୍ୟା ର ପୁନରାବୃତ୍ତି ହେବନାହିଁ l
