କୋଲକାତା,୨୧/୯: ୨୦୨୪ ମସିହାରେ ହେବାକୁ ଥିବା ନିର୍ବାଚନରେ ପ୍ରଧାନମନ୍ତ୍ରୀ ଦୌଡ଼ରେ ସବୁଠୁ ଆଗରେ ଅଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ତଥା ତୃଣମୂଳ କଂଗ୍ରେସ ସୁପ୍ରିମୋ ମମତା ବାନାର୍ଜୀ। ନିକଟରେ ବିଜେପି ଛାଡ଼ି ତୃଣମୂଳ କଂଗ୍ରେସରେ ଯୋଗ ଦେଇଥିବା ପୂର୍ବତନ କେନ୍ଦ୍ରମନ୍ତ୍ରୀ ବାବୁଲ୍ ସୁପ୍ରିୟ ଆଜି ଏହା କହିଛନ୍ତି। ବାବୁଲ୍ କହିଛନ୍ତି, ସେ ଚାହୁଁଛନ୍ତି, ଦଳର ସୁପ୍ରିମୋ ମମତା ବାନାର୍ଜୀ ୨୦୨୪ରେ ପ୍ରଧାନମନ୍ତ୍ରୀ ହୁଅନ୍ତୁ। ଗଣତାନ୍ତ୍ରିକ ବ୍ୟବସ୍ଥାରେ ବିରୋଧୀଙ୍କ ଭୂମିକା ଗୁରୁତ୍ବପୂର୍ଣ୍ଣ। ପ୍ରଧାନମନ୍ତ୍ରୀ ପଦବି ପାଇଁ ମମତା ଉପଯୁକ୍ତ ଏହାକୁ କେହି ଅସ୍ବୀକାର କରିପାରିବେ ନାହିଁ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିକଳ୍ପ ରାହୁଳ ଗାନ୍ଧି ନୁହନ୍ତି ମମତା ବାନାର୍ଜୀ ବୋଲି କହିଛନ୍ତି ବାବୁଲ୍ ସୁପ୍ରିୟ ।