ନୂଆଦିଲ୍ଲୀ, ୦୨/୦୮ : ଦକ୍ଷିଣ ପେରୁର ପ୍ରସିଦ୍ଧ ନାଜକା ଲାଇନ୍ସ ନିକଟରେ ଛୋଟ ପର୍ଯ୍ୟଟନ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇ ନିଆଁ ଲାଗିଯିବା ଫଳରେ ବିମାନରେ ଥିବା ସମସ୍ତ ୧୩ ଜଣଙ୍କର ମୃତ୍ୟୁ ହୋଇଛି। ମୃତକଙ୍କ ମଧ୍ୟରେ ୧୧ ଜଣ ବିଦେଶୀ ପର୍ଯ୍ୟଟକ ଏବଂ ଦୁଇ ଜଣ କ୍ରୀୟୁ ମେମ୍ବର ଥିଲେ। ବିମାନଟି ପିସ୍କୋ ବିମାନବନ୍ଦରରୁ ଉଡ଼ାଣ ଭରିଥିଲା। ନାଜକା ସହର ବାହାରେ ଥିବା ପୁଏବଲୋ ଭିଏଜୋ ଅଞ୍ଚଳର ଏକ ପଡ଼ିଆରେ ଏହା ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ମୃତ୍ୟୁବରଣ କରିଥିବା ୧୧ ଜଣ ବିଦେଶୀ ପର୍ଯ୍ୟଟକଙ୍କ ମଧ୍ୟରେ ଅଛନ୍ତି । ୭ ଜଣ ଇଟାଲୀ ନାଗରିକ୨ ଜଣ ଜର୍ମାନୀ ନାଗରିକ୨ ଜଣ ସ୍ପେନ୍ ନାଗରିକ । ଖରାପ ପାଗ ଯୋଗୁଁ ବିମାନ ଚଳାଚଳ ବାଧାପ୍ରାପ୍ତ ହୋଇଥିଲା । ପ୍ରବଳ ପବନ ଓ କମ୍ ଦୃଶ୍ୟମାନ ଯୋଗୁଁ ଏହି ଦୁର୍ଘଟଣା ଟିଥିବା ଜଣାପଡ଼ିଛି । ଏହାର ପୂର୍ବ ଦିନ ମଧ୍ୟ ନାଜକା ଲାଇନ୍ସ ଉପରେ ବିମାନ ଉଡ଼ାଣକୁ ସ୍ଥଗିତ ରଖାଯାଇଥିଲା। ଦୁର୍ଘଟଣାର ପ୍ରକୃତ କାରଣ ଖୋଜିବା ପାଇଁ ସରକାରୀ ତଦନ୍ତ ଆରମ୍ଭ ହୋଇଛି ।