ମାଲକାନଗିରି, ୨୫/୬ : ଓଡ଼ିଶା-ଛତିଶଗଡ଼ ସୀମାରେ ମାଓ ହିଂସା । ଛତିଶଗଡ଼ ସୀମାନ୍ତ ସୁକୁମା ଜିଲ୍ଲାରେ ପୁଣି ଦେଖିବାକୁ ମିଳିଛି ମାଓ ହିଂସା । ସ୍ଥାନୀୟ କୁକାନାଡ଼ ଥାନା ଅନ୍ତର୍ଗତ ଧୋନୀକୁର୍ତ୍ତା ଗାଁରେ ଚାଲିଥିବା ରାସ୍ତାକାମକୁ ବିରୋଧ କରି ହିଂସାକାଣ୍ଡ ଘଟାଇଛନ୍ତି ମାଓବାଦୀ । ରାସ୍ତାକାମରେ ନିୟୋଜିତ ୬ଟି ଗାଡ଼ିକୁ ମାଓବାଦୀ ପୋଡ଼ି ଦେଇଛନ୍ତି । ଯାହା ମଧ୍ୟରେ ଦୁଇଟି ଜେସିବି, ଗୋଟିଏ ପ୍ରୋକଲିନ ଓ ତିନୋଟି ଟିପ୍ପର ରହିଛି । ଆଜି ସକାଳୁ ପ୍ରାୟ ୧୦ରୁ ୧୫ ଜଣ ମାଓବାଦୀ ଆସି ରାସ୍ତା ତିଆରି କରୁଥିବା ଠିକା କମ୍ପାନୀର କ୍ୟାମ୍ପରେ ଜଳାପୋଡ଼ା କରିଥିବା ଜଣାପଡିଛି ।