ରାଜଧାନୀରେ ଲକଡାଉନ ପୂର୍ବରୁ ମଦ ଦୋକାନରେ ଲମ୍ବା ଧାଡ଼ି

ଭୁବନେଶ୍ବର,୩/୫: ଆଗକୁ ଲକଡାଉନ ଥିବା ହେତୁ ମଦଦୋକାନ ଆଗରେ ଲୋକଙ୍କ ଲମ୍ବା ଧାଡ଼ି ଲାଗିଛି।। ରାଜଧାନୀର ବିଭିନ୍ନ ମଦଦୋକାନ ଆଗରେ ଲକଡାଉନ ଆଗରୁ ମଦ କିଣିବାକୁ ଲୋକଙ୍କ ଗହଳି ଦେଖିବାକୁ ମିଳିଛି । ବର୍ତମାନ ସରକାର ଅତ୍ୟାବଶ୍ୟକ ସାମଗ୍ରୀ କିଣିବା ପାଇଁ ଘରୁ ବାହାରକୁ ଯିବାକୁ ଅନୁରୋଧ କରୁଛନ୍ତି କିନ୍ତୁ ଲୋକ ମଦକୁ ଅତ୍ୟାବଶ୍ୟକ ସାମଗ୍ରୀ ଭାବି ଗହଳି କରୁଥିବା ଦେଖିବାକୁ ମିଳିଛି ।

କେବଳ ମଦ ଦୋକାନ ନୁହେଁ ସଉଦାପତ୍ର କିଣିବାକୁ ବଜାରରେ ଲାଗିଛି ପ୍ରବଳ ଭିଡ । ରାସନ ଦୋକାନ, ପରିବା ଦୋକାନ ଆଗରେ ଜମିଛି ଲୋକଙ୍କ ଗହଳି । ଲକଡାଉନ ପୂର୍ବରୁ ସମସ୍ତ ପ୍ରକାର ସଉଦାପତ୍ର କିଣି ଘରେ ମହଜୁଦ ରଖିବାକୁ ଚାହୁଁଛନ୍ତି ଲୋକ । ଯଦିଓ ଲକଡାଉନ ସମୟରେ ସକାଳ ୬ଟାରୁ ଦିନ ୧୨ଟା ଯାଏଁ ଅତ୍ୟାବଶ୍ୟକ ସାମଗ୍ରୀ କିଣିବା ପାଇଁ ଅନୁମତି ରହିଛି, ତା ସତ୍ତ୍ୱେ ଲୋକଙ୍କ ଭିଡ ଜମିଛି ।

Comments are closed.